pakka

ସୁବର୍ଣ୍ଣପୁରର ରିଜର୍ଭ ପୋଲିସ ପଡିଆଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

bbehera

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ରିଜର୍ଭ ପୋଲିସ ପଡିଆଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟ ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଅରୁଣ କୁମାର ସାହୁ ଗଣତନ୍ତ୍ରର ସୁରକ୍ଷା ସହ ସାମ୍ବିଧାନିକ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାକୁ ଆହ୍ୱାନ ଦେଇଥିବା ବେଳେ ସ୍ୱଧୀନତା ସଂଗ୍ରାମର ପୂର୍ବସୂରୀଙ୍କୁ ସ୍ମରଣ କରି କୃତଜ୍ଞ ରାଷ୍ଟ୍ର ତରଫରୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କୋଭିଡ୍ କଟକଣା ମଧ୍ୟରେ ପାଳିତ ସମାରୋହରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥୀ ଉପସ୍ଥିତ ଥିବାବେଳେ ସୀମିତ ସମୟ ଓ କାର୍ଯ୍ୟକ୍ରମରେ ଶୃଙ୍ଖଳାର ସହ ସମାହିତ ହୋଇଥିଲା ।

Leave A Reply

Your email address will not be published.

15 − 10 =