ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରମାଇଁ ହାଇସ୍କୁଲ ଖେଳ ପଡିଆ ପରିସରରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠି ମୁଖ୍ୟ ଅତିଥି, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ, ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର, ପାଟଣାଗଡ଼ ଉପଖଣ୍ତ ଡାକ୍ତରଖାନା ମ୍ୟାନେଜର ଘନଶ୍ୟାମ ତ୍ରିପାଠୀ, ଫାର୍ମାସିଷ୍ଟ ମନୋଜ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସେଠି ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ରମାଇଁ ହାଇସ୍କୁଲ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ଶେଷ ହେବା ପରେ ପରେ ପାଟଣାଗଡ଼ ସହରର ବିଭିନ୍ନ ସ୍ଥାନରେ ଥିବା ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷମାନଙ୍କ ମୂର୍ତ୍ତିରେ ଉପଜିଲ୍ଲାପାଳ ଶ୍ରୀ ସେଠି ପୁଷମାଲ୍ୟ ଅର୍ପଣ କରିଥିଲେ । ଏଥିରେ ଅନେକ ସରକାରୀ ଅଧିକାରୀ, କର୍ମଚାରୀ, ଅଙ୍ଗନବାଡି କର୍ମୀ, ଆଶା ଦିଦି ଯୋଗଦେଇ ଥିଲେ ।

Leave A Reply

Your email address will not be published.

17 − six =

error: Content is protected !!