କୁତୁର୍ଲା ପେକ୍ସରେ ବାର୍ଷିକ ସାଧାରଣ ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପେକ୍ସ କାର୍ଯ୍ୟାଳୟରେ ୨୦୨୪ – ୨୫ ବର୍ଷ ପାଇଁ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପେକ୍ସ ସଭାପତି ନୀଳାମ୍ବର ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଜିତେନ୍ଦ୍ର ନାଗ ସଭା ପରିଚାଳନା କରିଥିଲେ । ଏହି ଅବସରରେ ବୋର୍ଡ ସଭ୍ୟ ଓ ସମିତି ସଭ୍ୟସଭ୍ୟାମାନେ ସମିତିର ୨୦୨୩ – ୨୪ ବର୍ଷର ଆୟବ୍ୟୟ, ୨୦୨୪ – ୨୫ ବର୍ଷର ବଜେଟ୍‌ ଓ ଅଡିଟ୍‌ ରିପୋର୍ଟ ସମୀକ୍ଷା ବିଷୟରେ ଆଲୋଚନା କରିଥିଲେ । ସଭାପତି ସମସ୍ତ ସଭ୍ୟସଭ୍ୟାମାନଙ୍କୁ ଋଣ କାରବାର ସମିତି ସହ ଠିକ ଠିକ ଭାବରେ ନେଣ ଦେଣ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହ ପେକ୍ସର ସାମ୍ନାରେ ଖାଲି ଥିବା ସ୍ଥାନକୁ କଂକ୍ରିଟ କରାଯିବାକୁ ସମିତିର ସଭ୍ୟସଭ୍ୟା ଦାବି କରିଥିଲେ । ଶେଷରେ ସୁନିଲ ପୁରୋହିତ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.