csstore

ବଙ୍ଗୋମୁଣ୍ଡାରେ କୋଶଲ ଅସ୍ମିତା ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ଆମ୍ବେଦକର ଛକ ନିକଟରେ କୋଶଲି ସାହିତ୍ୟ ଏକାଡେମୀ ପକ୍ଷରୁ ସଚେତନତା ପାଇଁ ପରିକ୍ରମା କରୁଥିବା କୋଶଲ ଅସ୍ମିତା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ, କୋଶଲ ଯୁବଶକ୍ତି ଏବଂ ଅଞ୍ଚଳର କୋଶଲ ପ୍ରେମୀଙ୍କ ପକ୍ଷରୁ କୋଶଲ ଅସ୍ମିତା ରଥକୁ ସ୍ୱାଗତ କରାଯାଇଥିଲା । ଚାନ୍ଦୋତରା, ସିନ୍ଧେକେଲା ଠାରେ ସ୍ୱାଗତ କରାଯିବା ପରେ ବଙ୍ଗୋମୁଣ୍ଡାକୁ ରଥ ପହଞ୍ଚିବା ପରେ ସ୍ୱାଗତ କରାଯାଇଥିଲା । ସଚେତନତା ରଥ ସହ ବୁଲୁଥିବା କୋଶଲ ଭାଷା ଆନ୍ଦୋଳନର ସାକେତ ଭୂଷଣ ସାହୁ, ଗୋରେଖ ନାଥ ସାହୁ, ସରୋଜ ଭୂୟାଁ ପ୍ରମୁଖଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା, ପଶ୍ଚିମ ଓଡିଶାର ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ କୋଶଲି ଭାଷାରେ ଶିକ୍ଷା ଦାନ, ବରୁଆଁ ତତ୍ତ୍ୱ ବିଶିଷ୍ଟ ଯାନିଯାତ୍ରାର ସୁରକ୍ଷା ଏବଂ ସମୃଦ୍ଧ କରାଯିବା ଦାବିରେ କୋଶଲ ଅସ୍ମିତା ରଥ ପରିକ୍ରମା କରୁଛି । କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସମ୍ପାଦକ ଗୋରେଖ ନାଥ ସାହୁ, ସହ ସମ୍ପାଦକ ସାକେତ ଭୂଷଣ ସାହୁ, ସରୋଜ ଭୂୟାଁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ୱାଗତ ସମୟରେ ସାହିତ୍ୟିକ ଡ. ନାରାୟଣ ମିଶ୍ର, ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ, କାର୍ଯ୍ୟକାରୀ ସଭାପତି ଅଶୋକନାରାୟଣ ଭୋଇ, ସମ୍ପାଦକ ହୁଲେଶ୍ୱର ହଂସ, ଉପସଭାପତି ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ଦୀପକ ଦାସ ଯାଦବ, ସଦସ୍ୟ ରାଧେଶ୍ୟାମ ମେହେର, ଦୀପକ ପାଣିଗ୍ରାହୀ, କୋଶଲ ଯୁବ ଶକ୍ତିର ସଭାପତି କେଦାର ଭୋଇ, କେକିସିଂ ଭୋଇ, ଦ୍ରୋପଦ ବାରିକ, ନୀଳକଣ୍ଠ ବାରିକ, ରାଜୁ ହାତୀ ପ୍ରମୁଖଙ୍କ ସହ କୋଶଲ ପ୍ରେମୀ ଉପସ୍ଥିତ ଥିଲେ । ପରେ ନୂଆପଡା ଜିଲ୍ଲା ଅଭିମୁଖେ ଯାଇଥିବା ଦେଖିବାକୁ ମିଳିଛି ।

jayashree
Leave A Reply

Your email address will not be published.