pakka

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତାରେ ସଡକ ଦୁର୍ଘଟଣା : ୨ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତା ଡାଙ୍ଗ୍‌ରୁ ବର୍‌ଡୋଲ ମଧ୍ୟରେ ଆଜି ସନ୍ଧ୍ୟା ୮ ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଗୋଟିଏ ବାଇକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ସ୍ୱାସ୍ଥ୍ୟ ମିତ୍ର କୃଷ୍ଣା ଦୀପ ସମେତ ଅମ୍ଭାଭୋନା ବାଞ୍ଜିପାଳି ଗ୍ରାମର କୃପାସିନ୍ଧୁ ଭୋଇ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ମୁତାବକ ସମ୍ବଲପୁର ବୈଜାମୁଣ୍ଡା ଗ୍ରାମର ଜଣେ ଯୁବକ ତରୁଣ ମେହେର ନିଜ କାର (ଓଡି୧୫ଇ୭୭୦୦)ରେ ସମ୍ବଲପୁରରୁ ଭଟଲି ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଡାଙ୍ଗ୍‌ରୁ ବର୍‌ଡୋଲ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ମଟରସାଇକେଲ ସହିତ ଦୁର୍ଘଟଣା ହୋଇଥିଲା । ଘଟଣା ସ୍ଥଳରେ ମଟର ସାଇକେଲ ଚାଳକ କୃପାସିନ୍ଧୁ ଭୋଇଙ୍କ ସହ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ କାର୍ଯ୍ୟରତ ଥିବା ଜଣେ ସ୍ୱାସ୍ଥ୍ୟମିତ୍ର କୃଷ୍ଣା ଦୀପ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଉଭୟ ଆହତଙ୍କୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.

two × four =