pakka

କୁଡ଼ାସିଂହାରେ ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ କୁଡାସିଂହା ସାର୍ବଜନୀନ ଦୁର୍ଗାପୂଜା କମିଟୀ ତରଫରୁ କରୋନା କଟକଣାକୁ ଦୃଷ୍ଟିରେ ରଖି ରୀତିନୀତି ଅନୁଯାୟୀ ନିରାଡମ୍ବର ଭାବରେ ୩୧ତମ ଦୁର୍ଗା ପୂଜା ପାଇଁ କଳସ ଶୋଭା ଯାତ୍ରା ଶେଷ ହୋଇଯାଇଛି । ପୂଜା କର୍ତ୍ତା ଭାବେ ଲକ୍ଷ୍ମଣ ପଧାନ ଏବଂ ଶ୍ରୀମତୀ ସତ ପଧାନ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପୂଜକ ଭାବେ ରଘୁ ପାଣିଗ୍ରାହୀ ଏବଂ ପ୍ରଦ୍ୟୁମ୍ନ ନାୟକ କାର୍ଯ୍ୟନିର୍ବାହ କରୁଛନ୍ତି । ପୂଜା କମିଟିର ସଭାପତି ବିରଞ୍ଚି ପଧାନ, ସମ୍ପାଦକ ମନୋରଞ୍ଜନ ଝାଙ୍କର, ପରିଚାଳନା କମିଟିରେ ଗଙ୍ଗାଧର ସାହୁ, ପ୍ରକାଶ ସାହୁ, ଶିଶୁପାଳ ସାହୁ, କୁବେର ସାହୁ, ବିଜୟ ସାହୁ ଏବଂ ଉପଦେଷ୍ଟା ଭାବରେ ହରେକୃଷ୍ଣ ସାହୁ ଓ ରବୀନ୍ଦ୍ର ସାହୁ ପ୍ରମୁଖ ପରିଚାଳନା ଦାୟିତ୍ଵ ତୁଲାଇବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। 

Leave A Reply

Your email address will not be published.

1 + 12 =