csstore

ବଲାଙ୍ଗିର ପବ୍ଲିକ ସ୍କୁଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦୁର୍ନୀତି ନିବାରଣ ଉପରେ ସଚେତନତା ବର୍ତ୍ତା ପ୍ରଦାନ କରି କହିଥିଲେ ଯେ, ଆଗାମୀ ପିଢି ଭ୍ରଷ୍ଟାଚାରକୁ ନିପାତ କରି ଏକ ବିକଶିତ ରାଷ୍ଟ୍ରର ପରିକଳ୍ପନା କରନ୍ତୁ । ସ୍କୁଲର ଅଧ୍ୟକ୍ଷା ସରିତା ପଟ୍ଟନାୟକ, ସହ ଅଧ୍ୟକ୍ଷ ସତୀଶ ପଧାନ, ଶିକ୍ଷକ ହରେକୃଷ୍ଣ ନାଏକ, ସତ୍ୟ ନାରାୟଣ ଦାଶ, ଦେବଦତ୍ତ ପଟ୍ଟନାୟକ, ଦୀପକ ବରାଡ଼ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ଦେଇ ଶପଥ ପାଠ କରାଇଥିଲେ । ଶେଷରେ ଶିକ୍ଷକ ସଚେତ ମିଶ୍ର ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.