jsm

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା ସଭା ଅନୁଷ୍ଠିତ

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହୋଇ ରେକର୍ଡ଼ ସୃଷ୍ଟି କରିସାରିଛି । ଏହି ଅବସରରେ ପ୍ରକୃତିବନ୍ଧୁ ତଥା ଜୁନିଅର ରେଡ଼କ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଚଟୁଅନକାସ୍ଥିତ ଅଙ୍ଗନବାଡ଼ି ଖ କେନ୍ଦ୍ରରେ ଏକ ଜରୁରୀ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଚିତ୍ରଲେଖା ଦୀପ, ଅଙ୍ଗନବାଡି କର୍ମୀ ସଙ୍ଗୀତା ବଏ, ଅବନ୍ତୀ ପୁଟେଲ, ଆଶା କର୍ମୀ ସୂର୍ଯ୍ୟକାନ୍ତୀ ମାଝୀ ଯୋଗ ଦେଇଥିଲେ । ଶ୍ରୀ ଦାଶ ଅଂଶୁଘାତରୁ କିପରି ରକ୍ଷା ପାଇବେ ଓ ତାର ଆଶୁ ଚିକିତ୍ସା ଉପରେ ଆଲୋକପାତ କରିଥିଲେ ।ଘରୁ ପଦାକୁ ବାହାରିଲେ ମୁଣ୍ଡରେ ପଗଡି, ପାଣି ବୋତଲ, ଛତା, ଜୋତା ଆଦି ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ କର୍ମୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।ଏହି ସଭାରେ ଗ୍ରାମର ମହିଳା, ପୁରୁଷ, ସେଚ୍ଛାସେବୀ, ସ୍ୱୟଂସହାୟକ ଗୋଷ୍ଠୀର ସଭ୍ୟା ଆଦି ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.