pakka

ଆଇନ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ(ଆଲୁମନି) ପୁରାତନ ଛାତ୍ର ସଂସଦ ତରଫରୁ ସେକ୍ଟର ୨୧ ନୟାବଜାର ସ୍ଥିତ ଭବାନୀପୁର ଉତ୍ତମ ବସ୍ତି ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଲୁମନି ଆସୋସିଏସନ୍‌ର ସଭାପତି ଡଃ. ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ଉପସଭାପତି ବବିତା ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଦେବେନ୍ଦ୍ର ନାଥ ବେହେରା ଓ ସମ୍ମାନିତ ଅତିଥି ଭାବେ ଆଲୁମନି ତଥା ସାମାଜିକ କର୍ମୀ ପଶୁପତି ନାଥ ଚାଟାର୍ଜୀ ଯୋଗଦେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଆଇନ ସଂପର୍କୀତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିବା ସହ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ସଭାପତି ଡଃ. ଦତ୍ତ ଓ ଉପସଭାପତି ଶ୍ରୀମତୀ ମହାପାତ୍ର ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରି ବସ୍ତିବାସିନ୍ଦାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହା ସହ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସଚେତନତା ବାର୍ତ୍ତା ସହ ମାସ୍କ ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମୁଖପାତ୍ର ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଆଇନ ମହାବିଦ୍ୟାଳୟର ଅଧ୍ୟାପକ ତନ୍ମୟ ରାଜ ପାଢୀ, ଅଧ୍ୟାପିକା ଡଃ. ପ୍ରଜ୍ଞା ପରମିତା ପଣ୍ଡା, ଡଃ. ଦ୍‌ବିବେନ୍ଦୁ କୁମାର ପଣ୍ଡା, ଡଃ.ସଂପାଦିକା ମହାନ୍ତି, ରାମ ବଣିଆ, ନିତ୍ୟାନନ୍ଦ ବିଶୋଇ, ହୃଦୟ ରଂଜନ ମହାନ୍ତି, ନନ୍ଦ କିଶୋର ମହନ୍ତ, ଦେବକୀ କାରୁଆ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆଲୁମନି ଆସୋସିଏସନ୍‌ର କୋଷାଧ୍ୟକ୍ଷା ଡଃ. ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × four =