pakka

ଝାରମୁଣ୍ଡାରେ ଜନ ସଚେତନତା କାର୍ଯ୍ୟକ୍ରମ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବାଲ୍ୟବିବାହ ଓ ଯୌତୁକ ରାକ୍ଷସ ଭଳି ଘୃଣ୍ୟ ପ୍ରଥାକୁ ସମୂଳେ ନାଶ କରିବା ସହ ନାରୀ ନିର୍ଯ୍ୟାତନା ଭଳି କୁସଂସ୍କାରକୁ ସମାଜରୁ ହଟାଇବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଝରମୁଣ୍ଡ। ଏଥଲେଟିକ ଏସୋସିଏସନ୍‌ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ୱାର୍ଲଡ଼ଭିଜନ ଇଣ୍ଡିଆ ଲୋଇସିଂହା ଏଡ଼ିପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଡିପି ମେନେଜର ଶ୍ରୀମତୀ ନିର୍ମଳା ଯୋଗଦେଇ ବାଲ୍ୟବିବାହ ଓ ଯୌତୁକ ପ୍ରଥା ବିରୁଦ୍ଧରେ କହିବା ସହ ନାରୀ ନିର୍ଯ୍ୟାତନା ନିରାକରଣ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଏସୋସିଏସନ୍‌ ପକ୍ଷରୁ ନୂତନ ଭାବେ ଯୋଗଦେଥିବା ମେନେଜର ଶ୍ରୀମତୀ ନିର୍ମଳା ଓ ସିଡିଏଫ୍‌ ମଳୟ କାନ୍ତ ନାୟକଙ୍କୁ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧିକାରୀ ହିମାଂଶୁ ନାୟକ ଓ ସିଡିଏଫ୍‌ ମଳୟ କାନ୍ତ ନାୟକ ଓ ପଂଚାୟତ ପ୍ରମୋଟର ଡୋଲେଶ୍ୱରୀ ବେହେରା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଝାରମୁଣ୍ଡା ସମେତ ଲୁଚକିବାହ।ଲ ଓ ପର୍ଦ୍ଧିଆପଲି ଗ୍ରାମରୁ ବିଭିନ୍ନ ବର୍ଗର ମହିଳା ଓ ପୁରୁଷ ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

2 × five =

error: Content is protected !!