ବିଧାୟାକଙ୍କ ଦ୍ୱାରା ୨ଟି ଓଏସ୍‌ଡି ପାର୍କ ସହ ସ୍ମାର୍ଟ ଟୈଲେଟ ଉଦ୍‌ଘାଟିତ

କଂଟାବାଂଜି, (ଅର୍ଜୁନ କୁମାର ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ୨ଟି ଓପନ ସ୍ପେସ ଡେଭଲ୍ପମେଂଟ ଚିଲଡ୍ରେନ ପାର୍କ ଏବଂ ଏକ ସ୍ମାର୍ଟ ଟୈଲେଟ ଗୁରୁବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଏନ୍‌ଏସି ଦ୍ୱାରା ପଂଚଦଶ ସ୍ୱତନ୍ତ୍ର ଆର୍ଥିକ ଅନୁଦାନରେ ପୃଥକ ପୃଥକ ପାଂଚ ଲକ୍ଷ ଟଙ୍କା ବ୍ୟୟରେ ୱାର୍ଡ ନଂ. ୧୪ର ଝାଙ୍କରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ପିଡବ୍ଲୁଡି ଶ୍ରୀଶ୍ରୀ ରାମେଶ୍ୱର ମନ୍ଦିର ପରିସରରେ ଦୁଇଟି ଓଏସ୍‌ଡି ପାର୍କ ସହିତ ତହସିଲ ଓ ସିଭିଲ କୋର୍ଟ ପରିସରରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ଟୈଲେଟ ଉଦ୍‌ଘାଟିତ ହୋଇଛି । ଏହି ଅବସରରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଶ୍ରୀମତି ସାମ୍ମି ରେଡ୍ଡି ଜୟଶ୍ରୀ(ସମ୍ମାନିତ ଅତିଥୀ) ବିଶିଷ୍ଟ ଅତିଥି ଭାବେ ମ୍ୟୁନିସିପାଲ ଇଂଜିନିୟର ଅଶୋକ କୁମାର ପଟ୍ଟନାୟକ, ଜେଇ ଆଦିତ୍ୟ କୁମାର ମିଶ୍ର, ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ପୂର୍ବତନ ନଗରପାଳ ଡମ୍ବରୁଧର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ଗୋକୁଲା ପ୍ରଧାନ, ବାବୁଲା ମହାନ୍ତି, ଅନ୍ତରାମ ଭୋଇ, ଏକାଉଂଟାଂଟ ସାହୁ ବାବୁ ସହ ୱାର୍ଡ ନଂ. ୧୪ର ଜ୍ୟୋତି ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଅନ୍ୟ ମହିଳାମାନେ ଉପସ୍ଥିତ ଥିଲେ । କଂଟାବାଂଜି ସହରରେ ଥିବା ଅନ୍ୟ ପରିତ୍ୟକ୍ତ ଅନୁପଯୋଗୀ ଜମିରେ ଆହୁରି ଓଏସ୍‌ଡି ପାର୍କ ନିର୍ମାଣ କରାଯାଇ ସହର ବାସିନ୍ଦାଙ୍କ ଚିତ ବିନୋଦନ ପାଇଁ ବ୍ୟବହାର ଯୋଗ୍ୟ କରିବାରେ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି ବିଧାୟକ ସାଲୁଜା ବୈଠକରେ କହିଛନ୍ତି ।

Leave A Reply

Your email address will not be published.

17 − 14 =