csstore

ବନ ମହୋତ୍ସବ ଅବସରରେ ଓମ୍‌ ଭ୍ୟାଲି ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସର୍ଗିଗୁଡ଼ା ସ୍ଥିତ ଜୁନିଅର ଓମ୍‌ ଭ୍ୟାଲି ସ୍କୁଲରେ ଦୁଇ ଦିନ ବ୍ୟାପି ବନ ମହୋତ୍ସବ ପାଳିତ ହୋଇଯାଇଅଛି । ପ୍ରଥମ ଦିନ ପରିବେଶ ତଥା ବୃକ୍ଷର ଉପକାରିତା ବିଷୟରେ ଛାତ୍ରଛାତ୍ରୀ ମାନେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଅତିଥିଙ୍କ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଶନିବାର ସକାଳୁ ବନ ମହୋତ୍ସବର ଦ୍ୱିତୀୟ ଦିନରେ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ବୃକ୍ଷ ତଥା ପନିପରିବା ବେଶରେ ନିଜେ ସଜାଇ ହୋଇ ରେମ୍ପଶୋରେ ଅଂଶ ଗ୍ରହଣ କରି କେଉଁ ପନିପରିବା, ଫଳର ଉପକାରିତା ବିଷୟରେ କହିଥିଲେ । ଏହି ରେମ୍ପ ସୋ’ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ପରିବେଶ ସୁରକ୍ଷା ସଚେତନତା ରେଲି ବାହାରିଥିଲା । ଏହି ରେଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ସ୍କୁଲର ଚେୟାରମେନ ଦୀପକ ସାହୁ ଏବଂ ସ୍କୁଲର ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର । ସ୍ଥାନୀୟ ଥାନା ଛକରୁ ବାହାରି ବିଭିନ୍ନ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରି ସ୍କୁଲକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ରେଲିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ସ୍କୁଲ ଭାଇସ ପ୍ରିଂସିପାଲ ନିଶି ବେରି, ଶିକ୍ଷୟତ୍ରୀ ବନ୍ଦନା ନାୟକ, ରେଣୁକା ସାହୁ, ତବସୁମ ନିସାତ, ନୈନା ଶ୍ରୀବାସ୍ତବ, ରଶ୍ମିତା ସୌରା, ଶୁଭଶ୍ରୀ ଖମାରୀ, ନାଞ୍ଜିନ ଏବଂ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ।

jayashree
Leave A Reply

Your email address will not be published.