pakka

ଏଲ୍‌ଇଡି ଦ୍ୱାରା ଜନସାଧାରଣଙ୍କୁ ବନ ବିଭାଗ ପକ୍ଷରୁ ଅଲିଭ ରିଡଲେ ସୁରକ୍ଷା ସଚେତନତା

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବନ ବିଭାଗ ପକ୍ଷରୁ ଅଲିଭ ରିଡଲେଙ୍କ ସୁରକ୍ଷା ନେଇ ଶନିବାର ଠାରୁ ଜନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଡିଏଫଓ ଅମ୍ଲାନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ ସହର ବଡ ବଜାର, ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ଵର ଶୈବପୀଠ ଓ ରାମଗଡ଼ ପଞ୍ଚାୟତର ଅଳେଶ୍ୱର ଶୈବପୀଠମାନଙ୍କରେ ମହାଶିବରାତ୍ରି ଜାଗର ଯାତ୍ରା ଉପଲକ୍ଷେ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଏଲଇଡି ପରଦା ମାଧ୍ୟମରେ ଭିଡିଓ ପ୍ରଦର୍ଶିତ କରାଯାଇ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରାଯାଇଛି । ସମ୍ପ୍ରତି ଉକ୍ତ ବିରଳ ପ୍ରଜାତିର କଇଁଛମାନଙ୍କ ପ୍ରଜନନ ଋତୁ ରହିଛି । ଆଉ କିଛିଟା ଦିନ ମଧ୍ୟରେ ଋଷିକୁଲ୍ୟା ମୁହାଣ ବିସ୍ତିର୍ଣ୍ଣ ସମୁଦ୍ର ବେଳାଭୂମିରେ ସାମୁହିକ ଗଣ ଅଣ୍ଡାଦାନ ହେବାର ଆଶା କରାଯାଉଛି । ଗତ ବର୍ଷ ରେକର୍ଡ ସଂଖ୍ୟକ ୫ ଲକ୍ଷ ୫୦ ହଜାରୁ ଅଧିକ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ହୋଇଥିବା ରେକର୍ଡ କରାଯାଇଛି । ଚଳିତ ବର୍ଷ ବେଳାଭୂମି ସାମୁହିକ ଅଣ୍ଡାଦାନ ପାଇଁ ଠିକ ରହିଛି । ଯାହାକୁ ନେଇ ଗତ ବର୍ଷ ଅପେକ୍ଷା ଅଧିକ ସଂଖ୍ୟକ ଗଣ ଅଣ୍ଡାଦାନ ହେବାର ଆଶା କରାଯାଉଛି । ଉକ୍ତ ସାମୁଦ୍ରିକ କଇଁଛ ସୁରକ୍ଷା ଓ ସୁରକ୍ଷିତ ଗଣ ଅଣ୍ଡାଦାନକୁ ନେଇ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗଞ୍ଜାମ ଜିଲ୍ଲାରେ ୫୨ କିଲୋମିଟର ସମୁଦ୍ର ଉପକୂଳରେ ୨୮ଟି ଗ୍ରାମ ରହିଛି । ଉକ୍ତ ସମୁଦ୍ର ଉପକୂଳବର୍ତ୍ତୀ ଇଲାକାମାନଙ୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ବନ ବିଭାଗ ତରଫରୁ ଉଦ୍ୟମ କରାଯାଉଛି । ଫଳରେ ଜିଲ୍ଲା ପ୍ରଶାସନ, ପରିବେଶ ବିତ୍‌, ସ୍ଥାନୀୟ ଅଞ୍ଚଳବାସୀ ଓ ବିଭିନ୍ନ ବିଭାଗର ସହଯୋଗ କମନା କରାଯାଉଛି । ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ, ବନରକ୍ଷୀ ମାଧବ ବେହେରା, ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ରବିନ୍ଦ୍ରନାଥ ସାହୁ ପ୍ରମୁଖଙ୍କ ସହ ବନ ବିଭାଗ କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଗସ୍ତ କରୁଛନ୍ତି ।

jay balangir
Leave A Reply

Your email address will not be published.

16 − 8 =