pakka

ପଦ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

ଜୟ ପ୍ରଭୁ ନୃସିଂହନାଥ
ପ୍ରିୟ ଭାଇ ଓ ଭଉଣୀମାନେ
ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ।

ଆଜି ପୁଣି ଥରେ ଝାରବନ୍ଧ/ପଦ୍ମପୁର/ପାଇକମାଲ ଆସି ମୁଁ ବହୁତ ଖୁସି । ଗତବର୍ଷ ଡିସେମ୍ବର ମାସରେ ମୁଁ ଆପଣମାନଙ୍କୁ ଭେଟିଥିଲି । ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି । ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ ।

ଆଜିର ଏହି ସଭାରେ ଆମର ମା’ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ମିଶନ ଶକ୍ତିରେ ସେମାନେ ବହୁତ ଭଲ କାମ କରୁଛନ୍ତି । ଆଜି ଏଠାରେ ମା’ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ ।

ଗତ ଥର ମୁଁ ପଦ୍ମପୁର Constituency ପାଇଁ କିଛି ଘୋଷଣା କରିଥିଲି । ସେଥିରୁ ପାଇକମାଲ Primary Health Centerକୁ Community Health Center କରାଯାଇଛି । ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି Substation ପାଇଁ ଜମି identify ହୋଇସାରିଛି । ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ। ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ମୁଁ ଘୋଷଣା କରିଥିଲି। ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ । ବାକି ସବୁ କାମ ସମୟ ଭିତରେ କରାଯିବ ।

ଆପଣ ମାନେ ଜାଣନ୍ତି ଗତ ଉପନିର୍ବାଚନ ସମୟରେ ଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀମାନେ ପଦ୍ମପୁର ଆସିଥିଲେ ଏବଂ ଆପଣମାନଙ୍କୁ paddy procurement, crop insurance, RAILWAYS କେନ୍ଦୁ ପତ୍ର GST ଆଦି ବିଷୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ ପ୍ରଭୁ ନୃସିଂହନାଥଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ଯେ, କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ ।

ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ମୁଁ ୬୪ କୋଟି ଟଙ୍କା ମଂଜୁର କରିଛି । ଗତ by-election ସମୟରେ ଆପଣମାନେ ମୋତେ ଭେଟିଥିଲେ । ପ୍ରତି ପଞ୍ଚାୟତ, ପ୍ରତି NAC ଏ ପ୍ରତି ୱାର୍ଡର ବିକାଶ ପାଇଁ ଆପଣମାନେ ମୋତେ proposal ଦେଇଥିଲେ । ମୁଁ ଖୁସି ଯେ ସେହି proposalକୁ ଭିତ୍ତିକରି ଏ ଟଙ୍କା sanction କରାଯାଇଛି । ଲୋକଙ୍କ proposalକୁ ଭିତ୍ତିକରି ଟଙ୍କା sanction କରାଯିବା, ଓଡିଶା ଇତିହାସରେ ପ୍ରଥମ । ମୋର ପୁରା ବିଶ୍ବାସ ଏ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ ।

Leave A Reply

Your email address will not be published.

four + 4 =