csstore

କୁଡାସିଂହାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ସଂଗଠନ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଏବଂ ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର କୁଡାସିଂହାର ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା କାର୍ଯ୍ୟକ୍ରମ କୁଡାସିଂହା ଠାରେ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲ ସଭାପତି ଲିଙ୍ଗରାଜ ପୁଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସମାଜରେ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏ ଅବସରରେ ଏକ ସଚେତନତା ର‍୍ୟାଲିର ଆୟୋଜନ କରାଯାଇଥିଲା । ଏହି ର‍୍ୟାଲି ମାଧ୍ୟମରେ ସ୍ଥାନୀୟ ଅଂଚଳର ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଫକିର ସାହୁ, ବାଗଦଲ ପୁଟେଲ, ରଂଜିପ୍ରଭା ମିଶ୍ର, ମମତା ପରୁଆ, ନିକି ତାଣ୍ଡ, ମଣ୍ଟୁ ମଲ୍ଲିକ, ରାକେଶ୍ୱରୀ ମିଶ୍ର, ଯୁବ କୁଲୁତା ସମାଜର ଜିଲ୍ଲା ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ, ବବିତା ସା, ମିନତି ରାଉତ, ଅଙ୍କିତା ନାଏକ ଓ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.