pakka

ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ଏକ ବର୍ଷ ପୂର୍ତ୍ତି : ଜଙ୍ଗଲ ନିଆଁ ଆୟତ୍ତ ସଚେତନତା ଆରମ୍ଭ

bbehera
  • ମୋଟର ସାଇକଲରେ ସହର ପରିକ୍ରମା କଲେ ସବୁଜ ବାହିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ଏକବର୍ଷ ପୂର୍ତ୍ତି ଅବସରରେ ବୁଧବାର ଏକ ସଚେତନତା ମୋଟର ସାଇକଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଅଭିଯାନ ଆବାହାକ ସୁନୀଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ସବୁଜ ବାହିନୀ ସଦସ୍ୟମାନେ ସ୍ଥାନୀୟ ସର୍କିଟ ହାଉସରୁ ଏକ ସଚେତନତା ମୋଟର ସାଇକଲ ଶୋଭାଯାତ୍ରା ବାହାରି ତୁଲସୀନଗର, ରୁଗୁଡିପଡା, ପେଲେସଲାଇନ୍‌, କୋସଲ ଛକ, ଆରଟିଓ ଅଫିସ ଛକ ଦେଇ କଦଳୀମୁଣ୍ଡା ନର୍ସରୀକୁ ପହଞô୍ଚଥିଲେ । ଏଥିରେ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ ଯୋଗଦାନ କରି ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ସହର ପରିକ୍ରମା କରିଥିଲେ । ନର୍ସରୀ ଠାରେ ଅଭିଯାନ ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଖରାଦିନରେ କିଭଳି ଭାବେ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇପାରିବ ଏବଂ ଏଦିଗରେ ବନବିଭାଗ, ଗାଁ ଏବଂ ସହର ଲୋକଙ୍କ କ’ଣ ଭୂମିକା ରହିଛି ସେନେଇ ଆଲୋଚନା ହୋଇଥିଲା । ସଭାପତୀୟ ଅଭିଭାଷଣରେ ଶ୍ରୀ ପଣ୍ଡା ଅଭିଯାନର ବର୍ଷବ୍ୟାପୀ ସଚେତନତା କାର୍ୟ୍ୟକ୍ରମ ଏବଂ ସମାଜସେବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଏହ ଅଭିଯାନରେ ଅଧିକ ଯୁବପିଢ଼ି ସାମିଲ ହୋଇଥିôବାରୁ ଜଙ୍ଗଲ ସୁରକ୍ଷାକୁ ନେଇ ଏହା ଏକ ଶୁଭସଙ୍କେତ ବୋଲି କହିଥିଲେ । ଆବାହକ ଶ୍ରୀ ମହାନ୍ତି ଆଗାମୀ ଏକ ମାସ ଧରି କେଉଁ ଗାଁରେ ଜଙ୍ଗଲ ସୁରକ୍ଷା କାର୍ୟ୍ୟକ୍ରମ ହେବ ସେନେଇ କହିଥିଲେ । ଏକବର୍ଷ ପୂର୍ତ୍ତି ହୋଇଥିବାରୁ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ସଭାରେ ଉପଦେଷ୍ଟା ବୀରେନ୍ଦ୍ର କୁମାର ଝାଙ୍କର ବକ୍ତବ୍ୟ ରଖିଥିଲେ । ସଭା ପ୍ରାରମ୍ଭରେ କବି ଅର୍ଜୁନ ସାହୁ ଜଙ୍ଗଲ ସୁରକ୍ଷାକୁ ନେଇ କୋଶଲୀ ସଚେତନତା ଗୀତ ପରିବେଷଣ କରିଥିଲେ । ସଭାରେ ସବୁଜ ବାହିନୀର ଅନିରୁଦ୍ଧ ଖର୍ସେଲ, ବିଶ୍ୱନାଥ କଠାର, ସ୍ୱେଚ୍ଛାସେବୀ ପ୍ରଶାନ୍ତ ମହାକୁର ଓ ଅନ୍ୟମାନେ ସହଯୋଗ କରିଥିଲେ । ଶେଷରେ ସଞ୍ଜୟ ଭୋଇ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

3 + four =