pakka

କଂଗ୍ରେସ କ୍ଷମତାକୁ ଆସିଲେ ପୌରାଂଚଳର ଗରିବ ଭୁମିହୀନଙ୍କୁ ଦିଆଯିବ ଘର ଓ ଜମି ପଟ୍ଟା : ନରସିଂହ

bbehera
  • ସବିତା, ଅରବିନ୍ଦ ଓ ମିଲନୀଙ୍କ ପାଇଁ ନରସିଂହଙ୍କ ଜୋରଦାର ପ୍ରଚାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ କ୍ଷମତାକୁ ଆସିଲେ ପୌରାଂଚଳର ଗରିବ ଭୁମିହୀନଙ୍କୁ ଦିଆଯିବ ଘର ଓ ଜମିପଟ୍ଟା ବୋଲି ବିଧାୟକ ନରସିଂହ କହିଛନ୍ତି । ସେ କହିଛନ୍ତି ଯେ, ବଲାଙ୍ଗିର ପୌରାଂଚଳ ଏକ ବ୍ୟବସ୍ଥିତ ତଥା ଚେସ୍‌ ବୋର୍ଡର ସହର ବୋଲି ଖ୍ୟାତି ରହିଛି । କିନ୍ତୁ ସମୟାନୁକ୍ରମେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ବିଭିନ୍ନ ଲୋକଙ୍କ ଆଗମନ ଯୋଗୁଁ ଧୀରେ ଧୀରେ ସହରରେ ଅନେକ ବସ୍ତି ଗଢି ଉଠିଛି । ପେଟପାଟଣା ପାଇଁ ସହରକୁ ଆସିଥିବା ଗରିବ ଭୁମୀହୀନ ନିଜ ସୁବିଧା ମୁତାବକ ଘର କରି ରହିଗଲେଣି । ସେ ଭିତରୁ ଅନେକେ ବର୍ଷ ବର୍ଷ ଧରି ସରକାରୀ ଜମିରେ ମଧ୍ୟ ବସବାସ କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଗରିବ ଜନସାଧାରଣଙ୍କ ଅସୁବିଧାକୁ ଧ୍ୟାନ ନଦେଇ ସେମାନଙ୍କୁ ନିର୍ଦୟତାର ସହ ବେଦଖଲ କରିବା ପାଇଁ ସରକାରୀ ଦଳ ବ୍ୟୁହ ରଚନା କରୁଛନ୍ତି । କିନ୍ତୁ ସେହି ଗରିବ ଅସହାୟଙ୍କୁ ମୁଁ ଆଜି ନିର୍ଭର ପ୍ରତିଶୃତି ଦେଉଛି ଯେ, ଯଦି ଏଥର ବଲାଙ୍ଗିର ପୌର ନିର୍ବାଚନରେ କଂଗ୍ରେସ ପ୍ରତକ୍ଷ୍ୟ ଭାବରେ ପରିଷଦ ଗଠନ କରେ, ତାହାଲେ କୌଣସି ବସ୍ତି ବସିନ୍ଦାଙ୍କୁ ଉଚ୍ଛେଦ କରିବାର କାହାର ଦମ୍ଭ ହେବନାହିଁ । ତା ସହିତ କଂଗ୍ରେସର ପୌର ପରିଷଦରେ ପୌରାଞ୍ଚଳରେ ରହୁଥିବା ସମସ୍ତ ଗରିବ ଓ ଭୁମିହୀନମାନଙ୍କୁ ଘର ଓ ଜମି ପଟ୍ଟା ପ୍ରଦାନ କରାଯିବ । ଯଦି କୌଣସି ବ୍ୟକ୍ତି ରାସ୍ତା, ନାଳ ବା ପୋଖରୀ ଭଳି ଆପତ୍ତିଜନକ ଭୁମିରେ ବସବାସ କରୁଛନ୍ତି, ତାହେଲେ ତାଙ୍କୁ ଉଚ୍ଛେଦ କରିବା ପୁର୍ବରୁ ତାଙ୍କ ପାଇଁ ବିନା ମୂଲ୍ୟରେ ସ୍ୱତନ୍ତ୍ର ଜମି ଓ ଘରର ବ୍ୟବସ୍ଥା କରାଯିବ । ତେଣୁ ଆମ ବଲାଙ୍ଗିର ସହରକୁ ଆହୁରି ସରସ ସୁନ୍ଦର କରି ଗଢି ତୋଳିବା ସହିତ ଗରିବ ଭୁମିହୀନଙ୍କ ଦାବୀକୁ ମଜବୁତ କରିବା ପାଇଁ କଂଗ୍ରେସର ପୌରାଧକ୍ଷା ପ୍ରାର୍ଥିନୀ ମିଲନୀ ସାହୁଙ୍କ ସହିତ ୱାର୍ଡ ନଂ ୧୭ର କାଉନସିଲର ପ୍ରାର୍ଥୀ ସବିତା ସାହୁ ଓ ୱାର୍ଡ ନଂ ୪ରେ ଅରବିନ୍ଦ ପରୁଆଙ୍କୁ ବିପୁଳ ପରିମମାଣରେ ଭୋଟ ଦେଇ ବିଜୟୀ କରାନ୍ତୁ ବୋଲି ଆଜି ପୌରନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପୌରାଧକ୍ଷା ପ୍ରାର୍ଥିନୀ ମିଲନୀ କହିଛନ୍ତି ଯେ, ମୁଁ ଅନେକ ବର୍ଷ ହେବ ଲୋକଙ୍କ ପାଇଁ କାମ କରିବା ସହିତ ସେମାନଙ୍କ ହକ ପାଇଁ ରାଜରାସ୍ତାରେ ଲଢେଇ କରିଛି । ସୁଖ ଦୁଃଖରେ ସାମିଲ ହୋଇଛି । ବଲାଙ୍ଗିରବାସୀଙ୍କ ନ୍ୟାର୍ଯ୍ୟ ଅଧିକାର ପାଇଁ ମୁ ସବୁବେଳେ ଲଢେଇ କରୁଥିବି ବୋଲି କହିବା ସହ ଏହି ନିର୍ବାଚନରେ କଂଗ୍ରେସ ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଜଣାଇବା ପାଇଁ ଅନୁରୋଧ କରିଥିଲେ । ଆଜିର ସଭାମାନଙ୍କରେ ଲୋକେ ବିଧାୟକ ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ସମସ୍ୟା ଉପରେ ଅବଗତ କରିଥିଲେ । ଉତ୍ତରରେ ବିଧାୟକ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ । ଆଜି ଅନୁଷ୍ଠିତ ସଭାମାନଙ୍କରେ ନଗର ସଭାପତି ବୁଲୁ ଦାନୀ , କିଷାନ ସେଲ ସଭାପତି ସାନନ୍ଦ ମିଶ୍ର , ସଂଜୟ ମିଶ୍ର , ପବିତ୍ର ବେହେରା , ଦୀନେଶ ଦାଶ, ଲୋପନ ମିଶ୍ର, ମଧୁ ନାଗ ଓ ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twenty − one =