csstore

ରେଲୱେର ବିଭିନ୍ନ ସମସ୍ୟାକୁ ନେଇ ଜେନେରାଲ ମ୍ୟାନେଜରଙ୍କ ସହ ସାକ୍ଷାତ କଲା ନାଗରିକ କମିଟି ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇଷ୍ଟକୋଷ୍ଟ ରେଲୱେ ଭୁବନେଶ୍ୱରରୁ ଆସିଥିବା ଜିଏମ୍‌ ଅର୍ଚ୍ଚନା ଯୋଷୀଙ୍କ ସହ ଡିଆରଏମ୍‌ ପ୍ରଦୀପ କୁମାର ଓ ତାଙ୍କ ପ୍ରତିନିଧିଙ୍କ ସହ ଆଜି ବଲାଙ୍ଗିର ରେଲୱେ ଷ୍ଟେସନ ଠାରେ ବିଭିନ୍ନ ସମସ୍ୟାକୁ ନେଇ ନାଗରିକ କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ ଓ ସହ ସଂପାଦକ ଡା.ଚକ୍ରପାଣି ଦାଶ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

ବଲାଙ୍ଗିର ଜିଲ୍ଲାର ବାସିନ୍ଦା ୮୦ ପ୍ରତିଶତ ଦାରିଦ୍ର୍ୟ ସୀମାରେଖାରେ ନିମ୍ନରେ ରହୁଥିବାରୁ ଓ ଏହା କେବିକେ ଜିଲ୍ଲାର ଅନ୍ତର୍ଭୁକ୍ତ ଥିବାରୁ ପୁରୀରୁ ଜୁନାଗଡ ପର୍ଯ୍ୟନ୍ତ ବଲାଙ୍ଗିର ମଧ୍ୟରେ ଏକ ଦ୍ରୁତ ପେସେଞ୍ଜର ଟ୍ରେନ ଚାଲୁ କରିବା, ଏଠାରୁ ଦିଲ୍ଲୀ ଓ ଆହ୍ଲାବାଦ ଯିବା ପାଇଁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା, ମହିଳା, ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ରୋଗୀ ଓ ସାମ୍ବାଦିକଙ୍କ ପାଇଁ ଏକ ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଖୋଳିବା, ପ୍ଲାଟଫର୍ମରେ ଲିଫ୍ଟ ସୁବିଧା, ବିଭିନ୍ନ ପ୍ଲାଟଫର୍ମରେ ବିଭିନ୍ନ କୋଚର ସ୍ଥିତି ଜାଣିବା ପାଇଁ ଏକ ଡିସ୍‌ପ୍ଲେ ବୋର୍ଡ ଗେଟ ବାହାରେ ସ୍ଥାପନ କରିବା, ଭିଡ କମ କରିବା ପାଇଁ ସାଇକେଲ ଷ୍ଟାଣ୍ଡ ସାମନାରୁ ଅଟୋ ରିକ୍ସା ତଥା ଚାରିଚକିଆ ଯାନ ପାଇଁ ପୃଥକ ଷ୍ଟାଣ୍ଡ ବ୍ୟବସ୍ଥା କରିବା ତଥା ବୁକିଂ କାଉଣ୍ଟରରୁ ପ୍ଲାଟଫର୍ମ ପର୍ଯ୍ୟନ୍ତ ଏକ ସଂଯୋଗକାରୀ ସେଡ୍‌ ଇତ୍ୟାଦି ସମସ୍ୟା ଉପରେ ଆଲୋଚନା କରିଥିବା ବେଳେ ରେଲୱେ ଅଧିକାରୀଙ୍କ ଠାରୁ ସାକାରାତ୍ମକ ଆଶ୍ୱସନା ମିଳିଥିବା ଜଣାଯାଇଛି ।

jayashree
Leave A Reply

Your email address will not be published.