pakka

ଡେଲାଙ୍ଗରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୬ରୁ ନଭେମ୍ବର ୧ ତାରିଖ ଯାଏଁ ପାଳନ ଅବସରରେ ମେକ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ପକ୍ଷରୁ ରବିବାର ଘୋରଡିଆଠାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ତଥା ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ତତ୍ଵାବଧାନରେ ପଚାଶରୁ ଅଧିକ ଛାତ୍ରଛାତ୍ରୀ, ଯୁବକ, ସ୍ଵେଚ୍ଛାସେବୀ, ସମାଜସେବୀ ସାମିଲ ହୋଇ ଦୁର୍ନୀତିରୁ ଦୂରେଇ ରହିବା ଓ ବ୍ୟକ୍ତିଗତ ସ୍ତରରେ ସ୍ବଛତା, ସାଧୁତା ଅବଲମ୍ବନ ନିମନ୍ତେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ପ୍ରତାପ ଚନ୍ଦ୍ର ପଲେଇ ଓ ସୁବାଷ ଚନ୍ଦ୍ର ବଳିୟାରସିଂହ ଯୋଗ ଦେଇ ଦୁର୍ନୀତି ମୁକ୍ତ ଭାରତ ନିର୍ମାଣରେ ଆମେ ସମସ୍ତେ ସାମିଲ ହେବା ସହିତ ବ୍ୟକ୍ତିଗତ ଭାବେ ସର୍ବଦା ସଚ୍ଚୋଟତା ଓ ସମ୍ମାନ ସହ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ।

jay balangir
Leave A Reply

Your email address will not be published.

2 × 4 =

error: Content is protected !!