pakka

ଦରମା ବୃଦ୍ଧି ଦାବୀରେ କନିଷ୍ଠ ଶିକ୍ଷକଙ୍କ ଧାରଣା, ଦାବୀପତ୍ର ପ୍ରଦାନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅତିକମରେ ୧୬୦୦୦ଟଙ୍କା ଦରମା ତଥା ଚୁକ୍ତିନାମା ନିୟମ ୨୦୧୩ ଅନୁସାରେ ଓଡିଶା ବର୍ଗରେ ସାମିଲ କରିବା ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି । ଏହା ସହ ୨ ଦଫା ସମ୍ମିଳିତ ଏକ ଦାବୀ ପତ୍ର ଜିଲ୍ଲାପଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ତେବେ ସରକାର ଯଥା ଶୀଘ୍ର ଏହି ୨ ଦଫା ଦାବୀ ପୂରଣ ନକଲେ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସଂଘ ଚେତାବନୀ ଦେଇଛି । ଶିକ୍ଷକ ସଂଘ ଗତ ୨୦୧୬ରୁ ସରକାରଙ୍କ ସମ୍ମୁଖରେ ଏହାର ଦାବୀ ଉପସ୍ଥାପନ କରିଆସୁଛି । ଏଭିତରେ ଦିର୍ଘ ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ସରକାର ଶିକ୍ଷକଙ୍କ ଦାବୀ ଉପରେ କର୍ଣ୍ଣପାତ କରୁନାହିଁ । ଅନ୍ୟ ପକ୍ଷରେ ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଶିକ୍ଷକମାନେ ମାସକୁ ମାତ୍ର ୬୫୧୨ଟଙ୍କ କିପରି ଘର ଚଳାଇବେ ବୋଲି ସଂଘ ପ୍ରଶ୍ନ କରିଛି । ଆହୁରି ୧୧/୧୦/୨୧ରେ କ୍ୟାବିନେଟ ବୈଠକରେ ନିଷ୍ଟତ୍ତି ଗ୍ରହଣ କରାଯିବା ସତ୍ୱେ ମଧ୍ୟ ଏଯାଏଁ ଶିକ୍ଷକମାନଙ୍କୁ ୨୦୧୩ ଚୁକ୍ତିନାମା ଅନୁସାରେ ସୁବିଧା ସୁଯୋଗ ପ୍ରଦାନ କରାଯାଉନାହିଁ । ତେବେ ସରକାର ଯଥାଶୀଘ୍ର ଶିକ୍ଷକମାନଙ୍କର ଉପୋରକ୍ତ ଦାବୀ ଗୁଡିକ ପୂରଣ ନକଲେ ଶିକ୍ଷକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସଂଘ କହିଛି । ଜିଲ୍ଲା ସଭାପତି ରାୟାଦତ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ସାଧାରଣ ସଂପାଦକ ସଚିନ ସେଠୀ, ସଂପାଦକ ସଂଜିବ ସାହୁ, ବ୍ୟାଚ ଲିଡର ପ୍ରଶାନ୍ତ ମେହେର, ଲଳିତ ସାହୁ, ବାଲଗୋପାଲ ମିଶ୍ର, ରଜତ ଛତର, ପ୍ରହଲ୍ଲାଦ ସୁନା, ବିଶ୍ୱନାଥ ପ୍ରଧାନ ଓ ନେତ୍ରାନନ୍ଦ ପ୍ରଧାନ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ ।

Leave A Reply

Your email address will not be published.

20 − 17 =