csstore

ଲୋଇସିଂହା ଠାରେ ବନାଗ୍ନି ସଚେତନତା ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବନାଗ୍ନି ସଚେତନତା ଶିବିର ରେଞ୍ଜ ଅଧିକାରୀ ପାଉଲ ହରପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପ୍ରଦାନ କରିବା ସକାଶେ ଜନ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦିଆଯାଇଥିଲା । ଜଙ୍ଗଲରେ ନିଆଁ ଲାଗି ଅନେକ ଔଷଧୀୟ ବୃକ୍ଷଲତା,ସରୀସୃପ ପୋଡ଼ିଯିବା ସହିତ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହୋଇଥାନ୍ତି । ଏହାର ପ୍ରତିକାର ପାଇଁ ଲୋକଙ୍କୁ ଜଙ୍ଗଲ ସଂରକ୍ଷଣ ସମିତି ଜରିଆରେ କିଭଳି ସଚେତନ କରାଯାଇ ପାରିବ, ସେ ଉପରେ ସୂଚନା ଦିଆଯାଇଥିଲା । ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ରେଞ୍ଜ ଅଧିକାରୀ ରଘୁନାଥ ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ଅଗ୍ନିଶମ ଅଧିକାରୀ ସୁଶାନ୍ତ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ସରଗାଡ ସେକସନର ବନପାଲ ସମୀର ରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋଇସିଂହା ବନପାଲ ବାବୁଲା ଦାସ, ସାଲେଭଟା ବନପାଲ ଇନ୍ଦ୍ରମଣି ବେହେରା, ବିମ୍ବାଧର ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ମା’ ଲକ୍ଷ୍ମୀ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଗଣ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.