csstore

ଟିଟିଲାଗଡ଼ ସହରରୁ ନିଖୋଜ ଥିବା ୪ ବାଳିକାଙ୍କୁ ୨୪ ଘଂଟା ଭିତରେ ଉଦ୍ଧାର କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ରବିବାର ରାତିରେ ଟିଟିଲାଗଡ଼ ସହରର ଚାରି ଜଣ ବାଳିକା ନିଖୋଜ ଥିବା ଘଟଣା ସହର ସାରା ଚାଂଚଲ୍ୟ ଖେଳାଇ ଦେଇଥିବା ବେଳେ ରାତିରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ସକାଳେ ନିଖୋଜ ବାଳିକାଙ୍କ ଘରକୁ ଯାଇ ପଚରା ଉଚରା କରିବା ସହ ଥାନାଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ଏକ ସ୍ପେସାଲ୍‌ ସ୍କ୍ୱାର୍ଡ ଗଠନ କରି ଅତି ଶୀଘ୍ର ନିଖୋଜ ବାଳିକାଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଫଳସ୍ୱରୂପ ଘଟଣାର ୨୪ ଘଂଟା ନପୁରୁଣୁ ଚାରି ବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଟିଟିଲାଗଡ଼ ପୋଲିସ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ନିୟମାନୁଯାୟୀ ପରିବାର ବର୍ଗଙ୍କୁ ଡାକି ନିଖୋଜ ଥିବା ବାଳିକାଙ୍କୁ ପରିବାର ପରିଜନଙ୍କୁ ହସ୍ତାନ୍ତର କରିବୁ ବୋଲି ଏସଡିପିଓ ଶ୍ରୀମତୀ କୁମ୍ଭାର ସୁଚନା ଦେଇଛନ୍ତି । ତେବେ ଟିଟିଲାଗଡ଼ ପୋଲିସର ଉଚିତ ପଦକ୍ଷେପ ଯୋଗୁଁ ଅତି ଶୀଘ୍ର ନିଖୋଜ ବାଳିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ପ୍ରତି ଟିଟିଲାଗଡ଼ରେ ବିଶ୍ୱାସ ଆହୁରି ଦୃଢୀଭୂତ ହୋଇଛି । ଏତେ କମ୍‌ ସମୟରେ ବାଳିକାଙ୍କୁ ଠାବ କରିବା ଟିଟିଲାଗଡ଼ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଂଜ ଥିଲା ଏବଂ ଚ୍ୟାଲେଂଜକୁ ସାମ୍ନା କରି ପୋଲିସ ଆଜି ନିଖୋଜ ବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଯୋଗୁଁ ସାଧାରଣରେ ଟିଟିଲାଗଡ଼ ପୋଲିସକୁ ପ୍ରଶଂସା କରାଯାଇଛି । ଲୋକେ କହୁଛନ୍ତି, ସାବାସ ଟିଟିଲାଗଡ଼ ପୋଲିସ ।

jayashree
Leave A Reply

Your email address will not be published.