ଗୁଡ୍‌ ନିଉଜ୍‌ ହେଲ୍‌ଥ କେୟାର ସର୍ଭିସେସ୍‌ ପକ୍ଷରୁ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼୍‌ ନିଉଜ୍‌ ହେଲ୍‌ଥ କେୟାର ସର୍ଭିସେସ୍‌ ପକ୍ଷରୁ ବଲାଙ୍ଗିର ଜିଲ୍ଲାରେ କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଆଜି କଲେଜ ଛକ ସ୍ଥିତ ମହାଲକ୍ଷ୍ମୀ କ୍ଲବରେ ଏକ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରାୟ ପନ୍ଦର ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସଂଗେ ସଂଗେ ପ୍ରାୟ ୧୪୦ ଜଣ ମହିଳାଙ୍କୁ ମାସ୍କ, ସାବୁନ, ସାନିଟାଇଜର ଥିବା ହାଇଜିନ୍‌ କିଟ୍‌ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରୁହାମା ସଂଗଠନର ଅଧ୍ୟକ୍ଷ ପର୍ଶୁରାମ ବାଗ ସ୍ୱାଗତ ସମ୍ବୋଧନ କରିଥିବା ବେଳେ ଗୁଡ଼ ନିଉଜ ହେଲ୍‌ଥ୍‌ କେୟାର୍‌ ସର୍ଭିସେସ୍‌ ଓ ଏଫ୍‌ଏଚ୍‌ଡି ଇଣ୍ଡିଆର ଡାଇରେକ୍‌ଟର ନିଲହନ ସାଗର ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଗୁଡ଼ ନିଉଜ୍‌ ହେଲ୍‌ଥ କେୟାର୍‌ ସର୍ଭିସେସ୍‌ର ବିଭୁଦତ୍ତ ନନ୍ଦ କୋଭିଡ଼ ସଂକ୍ରମଣ କାଳରେ ସମୁଚିତ ବ୍ୟବହାର ସଂପର୍କରେ ସଚେତନ ବକ୍ତବ୍ୟ ପ୍ରଦାନ କରି ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଅତ୍ୟନ୍ତ ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ଯିବା, ଭିଡ଼ରୁ ଦୂରେଇ ରହିବା, ଭେକସିନ୍‌ ନେବା ପାଇଁ ଭୟଭୀତ ନହେବା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ମହଲରେ ଏହି ମହତ କାର୍ଯ୍ୟକୁ ପ୍ରଶଂସିତ କରାଯାଇଥିବା ବେଳେ ଏହିପରି କାର୍ଯ୍ୟକ୍ରମ ଜିଲ୍ଲାରେ କୋଭିଡ଼ ସଂକ୍ରମଣ ରୋକିବାରେ ସହାକ ହେବ ବୋଲି ମତ ପ୍ରକାଶ ପାଇଛି । ଅନ୍ୟମାନଙ୍‌ପକ ମଧ୍ୟରେ ଅନୁଗ୍ରହ ନନ୍ଦ, ସଂଜୀବ ନନ୍ଦ, ନିରଦ ନାଗ, ଶ୍ରୀମତୀ ବନାନୀ ଚୌହାନ, ନିମୁଏଲ୍‌ ବାରିକ, ଡାନିଏଲ ନାଗ ଓ ଶଲୋମନ ଦୀପ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

four − 2 =