ଗଞ୍ଜାମ ସହରାଞ୍ଚଳରେ ପାନୀୟଜଳ ସମସ୍ୟା ନେଇ ଜନସ୍ଵାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଘେରିଲେ ଅଞ୍ଚଳବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଗଞ୍ଜାମ ସହରାଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଘେରାଉ କରିଥିଲେ ଅଞ୍ଚଳବାସୀ । ବୁଧବାର ପୂର୍ବାହ୍ନ ସମୟରେ ଗଞ୍ଜାମ ସହରାଞ୍ଚଳର ମଧ୍ୟଖଣ୍ଡ ସାହି ଓ ଦୁର୍ଗାଦେବୀ ସାହିରେ କନିଷ୍ଠ ଯନ୍ତ୍ରୀ ଆଶିଷ ବରାଳଙ୍କୁ ଅଞ୍ଚଳବାସୀ ଘେରିଯାଇଥିଲେ । ସୂଚନାଥାଉକି ଗଞ୍ଜାମ ସହରାଞ୍ଚଳରେ ଦୁଇ ମାସହେଲା ପାନୀୟ ଜଳ ସମସ୍ୟା ଲାଗିରହିଥିବା ଅଭିଯୋଗ ହୋଇଆସୁଛି । ତେବେ ଆଠ ଦିନ ହେଲା ସହରରେ ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସଂଯୋଗ କରାଯାଇଥିବା ପାଣି ପଏଂଟ ଗୁଡିକରେ ସହରର ବିଭିନ୍ନରେ ଆଦୌ ପାଣି ଆସୁନଥିବା ଅଭିଯୋଗ ହେଉଛି । ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରେ ସମ୍ଭବ ହୋଇନଥିବା ଯୋଗୁଁ ପ୍ରତିକ୍ରିୟା ନିଆଯାଇପାରିନାହିଁ ।

Leave A Reply

Your email address will not be published.

14 + 20 =