ବୋନ୍‌ କ୍ୟାନସରରେ ଶଯ୍ୟାଶାୟୀ ଶ୍ରମଜୀବୀ ନବ : ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବୋନ କ୍ୟାନସରରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇପଡିଛନ୍ତି ଶ୍ରମଜୀବୀ ନବ ନାହାକ(୨୮) । ଚିକିତ୍ସା ନିମନ୍ତେ ଲକ୍ଷାଧିକ ଅର୍ଥ ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇପଡିଛନ୍ତି ପରିବାରବର୍ଗ । ସମ୍ପ୍ରତି ଚିକିଶ୍ଚା ନିମନ୍ତେ ଅର୍ଥ ସାଜିଛି ବାଧକ । ଯାହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡିଛନ୍ତି । ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ନବ ଗଞ୍ଜାମ ବ୍ଲକର ଗ୍ରାମ୍ୟଜଳ ଯୋଗାଣ ସଂସ୍ଥାରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ଗତ ୮ ମାସ ତଳେ ବାମ ଗୋଡ଼ର ଆଣ୍ଠୁରେ କଷ୍ଟ ଅନୁଭବ କରିବାକୁ ଲାଗିଲେ । ୫ମାସ ତଳେ ତାଙ୍କର ବିବାହ ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା । ଦିନକୁ ଦିନ ଆଣ୍ଠୁ ଯନ୍ତ୍ରଣା ବୃଦ୍ଧି ପାଇପାରୁ ପରିବାର ଲୋକେ ଛତ୍ରପୁର, ବ୍ରହ୍ମପୁର ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସା କରାଇ ଇତି ମଧ୍ୟରେ ଜମି ବିକ୍ରିକରି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରୋଲେଣି । ବାପା ରବୀନ୍ଦ୍ର ନାହାକ ଜଣେ ଚାଷୀ ହୋଇଥିବା ବେଳେ ଚାଷ କରି ଆସୁଥିବା ଶସ୍ୟ କ୍ଷେତ୍ରଟି ବିକ୍ରି କରିଦେଇଛନ୍ତି । ନବଙ୍କ ଅନ୍ୟ ଦୁଇଭାଇ ଶ୍ରମଜୀବୀ ହୋଇଥିଲେ ମଧ୍ୟ ଭାଇର ଚିକିଶ୍ଚା ନିମନ୍ତେ ତାଙ୍କୁ ବିଭିନ୍ନ ମେଡିକାଲକୁ ନେଇ ଚିକିତ୍ସା କରାଇ ଋଣଭାରରେ ବୁଡ଼ିଗଲେଣି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର କୋଷ୍ଠଲ କ୍ୟାନସର ମେଡିକାଲରେ ଭର୍ତ୍ତି କରାଯାଇଛି ।ହେଲେ ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ବାମ ଗୋଡ଼ର ଆଣ୍ଠୁ ପର୍ଯ୍ୟନ୍ତ ହାଡ଼ ସେଟଟି ବଦଳାଯିବ । ଏଥି ନିମନ୍ତେ ୮ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ଡାକ୍ତର କହିଛନ୍ତି । ଏଥି ପାଇଁ ପରିବାର ବର୍ଗ ଚିନ୍ତିତ ହେବା ସହ ତାଙ୍କୁ ବିଶାଖାପାଟଣା ମେଡିକାଲରୁ ଘରକୁ ଫେରାଇ ଆଣିଛନ୍ତି । ୮ଲକ୍ଷ ଯୋଗାଡ଼ ହେଲେ ୧୦ ଦିନ ମଧ୍ୟରେ ମେଡିକାଲକୁ ନେଇ ଆସିବାକୁ ମେଡିକାଲ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ନବଙ୍କ ଏହି ଦୁର୍ଦ୍ଦଶା ସମୟରେ ପ୍ରଶାସନ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ବର୍ଗ ଗଣମାଧ୍ୟମ ମାଧ୍ୟମରେ ସହାୟତାର ହାତବଢ଼ାଇବାକୁ ଅନୁରୋଧ କରିଛନ୍ତି । କୌଣସି ସହୃଦୟ ବ୍ୟକ୍ତି ତାଙ୍କର ଏହି ଅସମୟରେ ୮୬୩୭୨୨୪୯୫୩ ମୋବାଇଲ ନମ୍ବରରେ ଯୋଗାଯୋଗ କରି ସହାୟତାର ହାତ ବଢ଼ାଇବା ପାଇଁ ଶଯ୍ୟାଶାୟୀ ନବ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

three × three =