om academy

ଜୁନିଅର ରେଡକ୍ରସ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

jsm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନାର ଦ୍ୱିତୀୟ ଲହର ସାରା ବିଶ୍ୱକୁ ଦୋହଳାଇ ଦେଇଥିବା ବେଳେ ଜୁନିଅର ରେଡକ୍ରସର ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ଏକ ବ୍ୟବସାୟର ପେଣ୍ଠସ୍ଥଳ ହୋଇଥିବା ବେଳେ ଏଠାର ରେଳ ଷ୍ଟେସନରେ ବିଭିନ୍ନ ରାଜ୍ୟରୁ ଆସୁଥିବା ଟ୍ରେନ ଗୁଡ଼ିକ ଅଟକି ଥାଏ । ଯାହା ଫଳରେ ଗୁଜରାଟ, ସୁରଟ, ମହାରାଷ୍ଟ୍ର, ବମ୍ବେ, ଛତିଶଗଡ଼, ରାୟପୁର ଭଳି କରୋନା ପ୍ରଭାବିତ ସହରରୁ ହଜାର ହଜାର ଲୋକ ଏଠି ଓହ୍ଲାଉଛନ୍ତି । ବର୍ତ୍ତମାନ କରୋନା ମୃତ୍ୟୁ ଦୂତ ସାଜିଥିବାରୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଉଚିତ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜୁନିଅର ରେଡକ୍ରସର ପରାମର୍ଶଦାତା ତଥା ପ୍ରକୃତିବନ୍ଧୁ ମାଝିପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶ କଣ୍ଟାବାଞ୍ଜିର ରେଳ ଷ୍ଟେସନରେ ଲୋକମାନଙ୍କୁ କରୋନା ସଚେତନତା କରିବା ସହିତ ମାସ୍କ ବଣ୍ଟନ କରିଥିଲେ । ତାଙ୍କ ସହିତ ଶିକ୍ଷକ ମନ୍ତୋଷ କୁମାର ବାଗ ଓ ଲକ୍ଷ୍ମୀଧର ଧରୁଆ ସହଯୋଗର ହାତ ବଢେଇ ଥିଲେ । ମାସ୍କ ପରିଧାନ, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇଵା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ଦାଶ ପରାମର୍ଶ ଦେବା ସହିତ ଅବସର ସମୟରେ ଘରେ ରହି ପୁସ୍ତକ ପଠନ କରିବାକୁ କିଛି ପୁସ୍ତକ ମଧ୍ୟ ବଣ୍ଟନ କରିଥିଲେ ।

Leave A Reply

Your email address will not be published.

18 − 4 =