csstore

ସିନାପାଲି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସାଇବର ସଚେତନା ବୈଠକ ଅନୁଷ୍ଠିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ଡିଜିଟାଲ ପ୍ୟାମେଣ୍ଟ ସଚେତନତା ଅଭିଯାନ ଓ ସିବିଡ଼ିସି, ୟୁପିଆଇ ଏବଂ ଡିଜିଟାଲ ଠକେଇ ନିବାରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାଜ୍ୟରେ ରାଜ୍ୟ ବାହାରେ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ନିଜକୁ ବ୍ୟାଙ୍କ କର୍ମଚାରୀ କହି ଓଟିପି ମାଗି ପାସବୁକ ଖାଲି କରିଥାନ୍ତି । ଯାହା ବର୍ତ୍ତମାନ ସାରା ଭାରତର ବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ନୂଆପଡ଼ା ଜିଲ୍ଲା ସ୍ଥିତ ସିନାପାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଲ୍‌ଡିଓ, ଆର୍‌ବିଆଇର ଅଧିକାରୀ ଅଭିଷେକ ପ୍ରାମାଣିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଏଲ୍‌ଡିଏମ୍‌ ଏସ୍‌ବିଆଇ ନୂଆପଡ଼ା ସୀତାରାମ ମେହେର, ଏଫ୍‌ଏଲ୍‌ସି ଏସ୍‌ବିଆଇ ନୂଆପଡ଼ା ରମେଶ କୁମାର ଠାକୁର, ସିନାପାଲି ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଉତ୍କଳ ରଞ୍ଜନ ପ୍ରଧାନ ମଞ୍ଚାସୀନ ରହିଥିବା ବେଳେ ହେମନ୍ତ ବାଗ, ପରମେଶ୍ୱର ମେହେର, ଅଜିତ କୁମାର ଦାଶ, ଶୋଭାକର ବେହେରା, ଗୌରବ ମେହେର, ତପନ କୁମାର ନାଏକ, ଶିବେଶ୍ୱର କଲେତ, ଦିଲ୍ଲୀପ କୁମାର ପତ୍ରୀ, ରିଙ୍କୁ ମେହେର, ଲୋହିତ ଗହୀର, ତାରେନ୍ୟ ପୋଡ଼, ଶ୍ରୀକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କେମିତି ସାଇବର ଠକେଇରୁ ବଞ୍ଚିତ ରହିବା, ଲୋଭରେ ନ ପଡ଼ି କିମ୍ଵା କିଛି ନ ଜାଣିଶୁଣି ନିଜ କୌଣସି ବିବରଣୀ କାହାରିକୁ ନ ଦେବା ସବୁବେଳେ ସଚେତନତା ରହିବା ଏମିତି ବିଭିନ୍ନ ବିଷୟ ଗୁଡ଼ିକୁ ନେଇ ବିଶେଷ ଆଲୋଚନା ହୋଇଥିଲା ।

jayashree
Leave A Reply

Your email address will not be published.