csstore

ଆମ୍ବମୁଣ୍ତାରେ ସବୁଜ ସାଥୀ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ପଞ୍ଚାୟତରେ ଆମ୍ବମୁଣ୍ତା ଗ୍ରାମରେ ଗାଁର ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଡାକ୍ତର କେଶ ରଞ୍ଜନ ହାତୀ ସଭାପତିତ୍ୱ କରିଥିବା ବେଳେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦାନ କରି ବୃକ୍ଷ ରୋପଣ, ପରିବେଶ ସୁରକ୍ଷା, ସବୁଜ ଗୃହ ପ୍ରଭାବ, ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଆଲୋଚନା ସହିତ ଏଥି ନିମେନ୍ତ ଯୁବ ସମାଜର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ଉପସ୍ଥିତ ସମସ୍ତ ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରି ପର୍ଯ୍ୟାପ୍ତ ବୃକ୍ଷ ରୋପଣ କରିବା ସହିତ ଗ୍ରାମରେ ସବୁଜ ସାଥି ଆମ୍ବମୁଣ୍ତା ନାମରେ ଏକ ସଂଗଠନ ଗଠିତ ହୋଇଯାଇଛି । ଆକାଶ ହାତୀଙ୍କୁ ବର୍ତ୍ତମାନ ପାଇଁ ସବୁଜ ସାଥି ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.