csstore

ଟିଟିଲାଗଡ଼ ସେଣ୍ଟାନି ସ୍କୁଲ ଇକୋ କ୍ଲବ ତରଫରୁ ସଚେତନତା ଶୋଭାଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଯୁବପିଢ଼ି ଅବାଟରେ ଯାଉଥିବା ଦେଖିବାକୁ ମିଳୁଛି । ସେ ଭିତରୁ ନିଶା ସେବନ ଓ ଅନ୍ୟଟି ହେଲା ମୋବାଇଲର ବହୁଳ ବ୍ୟବହାର । ଯଦ୍ୱାରା ଛୋଟ ଛୋଟ ଛୁଆ ଠାରୁ ନେଇ ଯୁବପିଢ଼ି ସମସ୍ତେ ଖରାପ ଆଡ଼କୁ ଯିବାରେ ଅଭ୍ୟସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ସେଣ୍ଟାନି ସ୍କୁଲ ଇକୋ କ୍ଲବ ତରଫରୁ ଆଜି ନିଶା ନିବାରଣ ଓ ଯାନ୍ତ୍ରିକ ଉପକରଣ ବ୍ୟବହାରକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଇକୋ କ୍ଲବ ସଭାପତି ପ୍ରଶାନ୍ତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ସ୍କୁଲ ଛାତ୍ରଛାତ୍ରୀମାନେ ସାମିଲ ହୋଇ ସହରର ପ୍ରମୁଖ ଛକ ମାନଙ୍କରେ ନାଟକ ମାଧ୍ୟମରେ ମୋବାଇଲ ଫୋନରେ ଅଭ୍ୟସ୍ତ ନ ହେବା ତଥା ନିଶା ସେବନରୁ ନିବୃତ ରହିବା ନେଇ ଯୁବପିଢ଼ିକୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର, ସ୍କୁଲ ଅଧ୍ୟକ୍ଷା ଡ. ବୀଣା ଭର୍ଗିସ, ଉପାଧ୍ୟକ୍ଷା ଫ୍ରାନ୍ସସିଷ୍କା ପ୍ରମୁଖ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଇକୋ କ୍ଲବ ଉପସଭାପତି ମୁକେଶ ସାହୁ, କିରଣ ଦାସ, ଅଭିମନ୍ୟୁ ବେହେରା, ନିହାର ରଞ୍ଜନ ପାଢ଼ୀ, ପଙ୍କଜିନି ସାହୁ, ନିଶାରାଣୀ ତାଣ୍ଡି, ରାନୁ ସାହୁ, ମାରିଆ ଟିଯୋ, ସଞ୍ଜୀବ ମିଶ୍ର, ଗାୟତ୍ରୀ ମିଶ୍ର, ରୁମାନ ଖାଁଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.