csstore

ପୁଇଁତଲା ବ୍ଲକ୍‌ ରଣ୍ଡା ଗାଁରେ ସଭାଗୃହ ଉଦ୍‌ଘାଟନ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ୍‌ ରଣ୍ଡା ଗାଁରେ ଆଜି ପୂର୍ବାହ୍ନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ କରକମଳରେ ଏକ ସଭାଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ପୁଇଁତଲା ବ୍ଲକ୍‌ ଅଧ୍ୟକ୍ଷ ସରୋଜ ପଧାନ ପ୍ରମୁଖ ମଂଚାସୀନ ରହି ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ସଂପର୍କରେ ବିଶେଷ ସୂଚନା ଦେଇଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସଂପୃକ୍ତ ସଭାଗୃହ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା ଏବଂ ସେହି ଅର୍ଥରେ ଖୁବ୍‌ ସୁନ୍ଦର ଭାବରେ ସଭାଗୃହ ନିର୍ମାଣ ହୋଇପାରିଛି । ରାଜ୍ୟରେ ଏଭଳି ୧୬ ଶହ ସଭାଗୃହ ନିର୍ମାଣ ହୋଇଛି । ସହରାଂଚଳ ସହ ଗ୍ରାମାଂଚଳର ସାମୁହିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି । ତେବେ ରଣ୍ଡାର ସଭାଗୃହର ଆହୁରି କିଛି ଆନୁସଂଗିକ କାମ ପାଇଁ ଆଉ ୫ ଲକ୍ଷ ଟଙ୍କା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଅନୁଦାନ ଦିଆଯିବ ଏବଂ ଏହାକୁ ଆହୁରି ଆକର୍ଷଣୀୟ କରାଯିବ ବୋଲି ସେ କହିଛନ୍ତି ।

jayashree
Leave A Reply

Your email address will not be published.