pakka

ରିଟାୟାର୍ଡ ଏମ୍ପ୍ଲୋଇଜ ଆସୋସିଏସନ୍‌ର ନୂତନ ସଭାଗୃହ ଦିଲିପ ରାୟଙ୍କ ଦ୍ୱାରା ଉଦ୍‌ଘାଟିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ସ୍ଥିତ ରିଟାୟାର୍ଡ ଏମ୍ପ୍ଲୋଇଜ ଆସୋସିଏସନ୍‌ର ନୂତନ ସଭାଗୃହ ପୂର୍ବତନ ବିଧାୟକ ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଆସୋସିଏସନ୍‌ର ଅଧ୍ୟକ୍ଷ ବିଶ୍ୱମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ପ୍ରଫେସର ଗିରିଜା ଗୋସ୍ୱାମୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ରାୟ ମୁଖ୍ୟ ଅତିଥି ଓ ସମାଜସେବୀ ହରିହର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଂପନ୍ନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ରାୟ କହିଲେ ଯେ, ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତା ଓ ଅନୁଭୂତିକୁ ବ୍ୟବହାର କରି ସମାଜରେ ଅନେକ ପ୍ରଗତିଶୀଳ ତଥା ଗଠନମୂଳକ କାର୍ଯ୍ୟ ହୋଇପାରିବ । ସମ୍ମାନିତ ଅତିଥି ଶ୍ରୀ ରାଉତରାୟ ସମସ୍ତ ସଭ୍ୟଙ୍କୁ ମିଳିତ ଭାବେ ଗଠନମୂଳକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଆସୋସିଏସନ୍‌ର ପ୍ରତିଷ୍ଠାତା ସଦସ୍ୟ ବୀରଭଦ୍ର କର ଅନୁଷ୍ଠାନର ଇତିବୃତ୍ତି ଓ ସାଧାରଣ ସଂପାଦକ ଶ୍ରୀ ଗୋସ୍ୱାମୀ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସହ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପୂର୍ବତନ କାଉନସିଲର ଜର୍ଜ ଆନନ୍ଦ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସଂଗଠନର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ ସହ ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ହୃଷିକେଶ ନାୟକ, ଉଦୟନାଥ ଜେନା, ଗଜେନ୍ଦ୍ର କୁମାର ସାହାଣୀ, ବିଜୟ କୁମାର ପରିଡା, ବୈକୁଣ୍ଠ ସାହୁ, ଝୁଲଣ ଜେନା, ଏଚ୍‌ଏଲ ସାହା, ଶରତ କୁମାର ଧଳ ଓ ସଂଗ୍ରାମ କେଶରୀ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ପ୍ରଫେସର ଶ୍ରୀଧର ଥମ୍ବ, ପ୍ରେମାନନ୍ଦ ମହାପାତ୍ର, ନିମାଇଁ ପ୍ରସାଦ ରାଉତ, ସି.ସି.ସେଠୀ, ମୁରଲିଧର ବିଶ୍ବାଳ, କିଶୋରୀ ମୋହନ କର, ଡି ଡି ପଣ୍ଡା, ଶରତଚନ୍ଦ୍ର ମହାନ୍ତି, ମଧୁସୂଦନ ବଳ, ଅଭୟ କୁମାର ବେହୁରା, ଧନେଶ୍ବର ପଣ୍ଡା, କୀର୍ତ୍ତନ ସାମଲ, ରବି ନାରାୟଣ ସିଂ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉପସଭାପତି ସୁରେଶ କୁମାର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

fourteen + 16 =