pakka

ଅଏଁଲାଚୁଆଁ ସାଧାରଣ ସଭାରେ ସମରେନ୍ଦ୍ର ଓ ନରସିଂହ

bbehera
  • କେବଳ ଭୋଟ ପାଇଁ ଆସୁଥିବା ନେତାଙ୍କ ପ୍ରତି ସତର୍କ ରୁହନ୍ତୁ ଜନତା : ସମରେନ୍ଦ୍ର
  • ବରପଦର – ଅର୍ଜୁନପୁର ରାସ୍ତାର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକଙ୍କ ସଂଗେ ଭିତରେ ରହି ଲୋକଙ୍କ ସେବା କରିବା ରାଜନୀତିର ମୂଳଲକ୍ଷ ହେବା ଉଚିତ କିନ୍ତୁ ସ୍ଥାନୀୟ ଶାସକ ଦଳର ନେତା ଓ ତାଙ୍କ ପରିବାର କେବଳ ନିର୍ବାଚନ ସମୟରେ ବଲାଙ୍ଗିର ଆସି ମିଛ ତଥ୍ୟ ତଥା ପ୍ରତିଶୃତି ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଏପରି ରାଜନେତାଙ୍କ ପ୍ରତି ବଲାଙ୍ଗିରବାସୀ ସତର୍କ ରୁହନ୍ତୁ ବୋଲି ଆଜି ବରକାନୀ ପଂଚାୟତର ଅଏଁଲାଚୁଆଁ ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗଦେଇ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଲୋକଙ୍କୁ କହିଛନ୍ତି । ଏ ଅବସରରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ବଲାଙ୍ଗିରର ବିକାଶରେ ବ୍ରେକ ଲଗେଇଥିଲା ଲୋକେ ଆଜି ମିଛ ବିକାଶର ବାର୍ତ୍ତା ଦେଉଛନ୍ତି । ଯେତେ ବି ଉନ୍ନୟନ ପ୍ରକଳ୍ପ ବଲାଙ୍ଗିରରେ ନିର୍ମାଣଧୀନ ଅଛି ଏମାନଙ୍କ ପାଖରେ ତାହାର କୌଣସି ତଥ୍ୟ ନାହିଁ । ସରକାରଙ୍କ ଆଗରେ ପ୍ରକଳ୍ପ ଦାବି କରିବାକୁ ଏମାନେ ଭୟ କରନ୍ତି । କେବଳ ଏମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବେଳେ ବେଳେ ନିର୍ବାଚନ ପାଇଁ ଟିକେଟ ତ କେତେବେଳେ ରାଜ୍ୟସଭା ଟିକେଟ ନିଜ ପାଇଁ ଦାବୀ କରନ୍ତି । ତେଣୁ ବଲାଙ୍ଗିରବାସୀ ଏପରି ରାଜନେତାଙ୍କୁ ଭଲ ଭାବେ ଚିହ୍ନି ଆଗାମୀ ନିର୍ବାଚନରେ ତାର ଜବାବ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏ ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ବରପଦର ଅର୍ଜୁନପୁର ଭାୟା ଅଇଁଲାଚୁଆଁ ରାସ୍ତା ଯାହାକି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହେବ ତାହାର ଭିତ୍ତି ପ୍ରସ୍ତର ଦିଆଯାଇଥିଲା । ଅଏଁଲାଚୁଆଁ ଲୋକଙ୍କ ଦାବି ମୁତାବକ ପ୍ରତ୍ୟେକ କାମ ଠିକ ଭାବେ କରାଯାଇଛି, ଅଂଚଳର ବିକାଶ ଏତିକିରେ ଅଟକିବ ନାହିଁ, ଆପଣମାନେ ଏକଜୁଟ ହୁଅନ୍ତୁ ଏହି ବିକାଶକୁ ନିଶ୍ଚିତ ଭାବରେ ନିରନ୍ତର ଜାରି ରଖାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ସଭା ସଂଯୋଜନା ସ୍ଥାନୀୟ ସରପଂଚ ବଳଦେବ ସାହୁ କରିଥିବା ବେଳେ ପୂର୍ବତନ ସରପଞ୍ଚ ସତ୍ୟବାନ ସାହୁ, ବରକାନି ଗନ୍ତିଆ ଶ୍ରୀ ମାଝିଙ୍କ ସମେତ ଗାଁର ବରିଷ୍ଠ ନାଗରିକମାନେ ମଂଚାସୀନ ଥିଲେ ।

jay balangir
Leave A Reply

Your email address will not be published.

fifteen + seven =