ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଓ ଅଧ୍ୟୟନ ସଂପର୍କିତ ସଚେତନ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଯୁକ୍ତ ତିନି ନବାଗତ ଛାତ୍ରଛାତ୍ରୀମାନଙ୍କ ପ୍ରଥମ ପ୍ରବେଶ ଦିବସ ଉପଲକ୍ଷେ ଆଜି ଏକ ସଭା ଅନୁଷ୍ଠିତ ହୋଇଯାିଛି । ଉକ୍ତ ସଭାରେ ଅଧ୍ୟକ୍ଷ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣାଇବା ସହିତ ମହାବିଦ୍ୟାଳୟର ଶୃଙ୍ଖଳା, ଅଧ୍ୟୟନ ଏବଂ ନୈତିକତା ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଜାତୀୟ ସେବା ସଂସ୍ଥାର କାର୍ଯ୍ୟ ତଥା ଚରିତ୍ର ଗଠନରେ ତାର ଉପଯୋଗିତା ସଂପର୍କରେ ଧାରଣା ଦେଇଥିବା ବେଳେ ଅଧ୍ୟାପକ ଦେବରାଜ ସାହୁ ଯୁବରେଡକ୍ରସ ସଂସ୍ଥାରେ ଯୋଡି ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଅଧ୍ୟାପିକା ପୁଷ୍ପମଞ୍ଜରୀ ପ୍ରଧାନ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଯୁକ୍ତ ତିନି ସି.ବି.ସି.ଏସ୍. ପାଠ୍ୟକ୍ରମ ସଂପର୍କରେ ଦୃଶ୍ୟ ଏବଂ ଶ୍ରାବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ । ସଭା ଶେଷରେ ଅଧ୍ୟାପକ ପ୍ରଭାତ କୁମାର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟଟିକୁ ସଫଳ କରିବା ପାଇଁ ଡି.ଇ.ଓ. ପୁରନ୍ଦର ପ୍ରଧାନଙ୍କ ସହିତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.