jayashree

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହୋମିଓପ୍ୟାଥି ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଟାଉନ ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟର ବରିଷ୍ଠ ଚିକିତ୍ସକ ଡା. ଅଶୋକ କୁମାର ସେଠିଙ୍କ ଅବସର ଗ୍ରହଣ କରିଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ହୋମିଓପ୍ୟାଥି ଚିକିତ୍ସା ଅଧିକାରୀ ଡା. ରାଜଲକ୍ଷ୍ମୀ ବେହେରା, ମୁଖ୍ୟ ଅତିଥି ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ଡା. ମଧୁଲିତା ସୁନ୍ଦରା, ମଂଚ ପରିଚାଳନା କରିଥିଲେ ଡା. ଲକ୍ଷ୍ମୀପ୍ରୀୟା ସେଠି । ଉକ୍ତ ସଭାରେ ବଲାଙ୍ଗିର ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ହୋମିଓପ୍ୟାଥି ଚିକିତ୍ସା ଅଧିକାରୀମାନେ ଏକତ୍ରିତ ହୋଇ ଡା. ଅଶୋକ କୁମାର ସେଠିଙ୍କ ଗୁଣଗାନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିଲେ ବିନୋଦ ଜେନା, ଡା. ଗୋବିନ୍ଦ ଭୁଏ, ଡା. ପ୍ରଣତି ସା, ଡା. ବୁଲବୁଲ ଅଗ୍ରୱାଲା, ଡା. ମୌସମିକା ବାରିକ, ଡା. ଜଗନ୍ନାଥ ମେହେର, ଡା. ସୁବାଶିଷ ତ୍ରିପାଠି, ଡା. ପ୍ରତ୍ୟୁଷ ବେହେରା, ବାଲଗୋପାଲ ସିଂନିନା, ବାଳକ ବାଗ, ଡା. ଡଲି କିଶାନ, ଡା. ପ୍ରଜ୍ଞାପ୍ରିୟଦର୍ଶିନୀ, ଶମ୍ଭୁ ପ୍ରସାଦ ବାରଲେଣ୍ଡିଆ, ଇତନିବାସ ସାଗର, ପ୍ରୀତିପର୍ଣ୍ଣା ସାହୁ । ଶେଷରେ ଧନ୍ୟବାଦ ଦେଇଥିଲେ ଡା. ଗୋବିନ୍ଦ ଭୁଏ ।

Leave A Reply

Your email address will not be published.