
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ନାରୀ ସଂଗଠନ ଅଦ୍ୟାଶକ୍ତି ନାରୀ ସଂଗଠନ ଓ ଗାୟତ୍ରୀ ପରିବାର ମିଳିତ ସହଯୋଗରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସଭାପତି ମାଳତୀ ଉଦ୍ଗାତାଙ୍କ ନେତୃତ୍ୱରେ ସଫେଇ କାର୍ଯ୍ୟକ୍ରମ କ୍ଲବପଡା ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛତା କାର୍ଯ୍ୟକ୍ରମରେ ନିଜ ନିଜ ଅଂଚଳର ଆଖପାଖ ଲୋକଙ୍କୁ ଯୋଡି ଏପରି ସ୍ୱଚ୍ଛ କାର୍ଯ୍ୟ କରିବାକୁ ସଭ୍ୟାମାନେ ସଂକଳ୍ପ ନେଇଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ମିନାକ୍ଷୀ ଗୁରୁ, ମାଧୁରୀ କୁଅଁର, ରାଜଶ୍ରୀ ତ୍ରିପାଠି, ଆରତି ମିଶ୍ର, ଶୋଭିନି ମହାଲିଙ୍ଗ, ଭୁବନେଶ୍ୱରୀ ନାଗ, ମୋକ୍ଷଦା ଶର୍ମା, ନଳିନୀ ତ୍ରିପାଠି, ଅନୁପମା ଉଦ୍ଗାତା, କୁସୁମ ଶତପଥି, ଚିନ୍ମୟୀ ଉଦ୍ଗାତା, ବୀଣାପାଣି ଆଚାର୍ଯ୍ୟ, ନିହାରିକା ମିଶ୍ର, ଶୋଭାଗିନି ମିଶ୍ର, ସଂଯୁକ୍ତା ମିଶ୍ର, ରଂଜୁ କ୍ଷେତି ଓ ସୁଶୀଲ କୁମାର ନାୟକ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।