jayashree

ନୃସିଂହନାଥରେ ବନୌଷଧି ଦର୍ଶନ କାର୍ଯ୍ୟକ୍ରମ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ଆୟୁର୍ବେଦିକ ପାରମ୍ପରିକ ବୈଦ୍ୟ ମହାସଂଘ ଦ୍ୱାରା ଆୟୋଜିତ ବନୌଷଧି ଦର୍ଶନ ଓ ବୈଦ୍ୟ ସମ୍ମିଳନୀ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଆଇଓସିଏଲ ଧର୍ମଶାଳା ଠାରେ ଉଦଘାଟିତ ହୋଇଯାଇଛି । ସକାଳ ୧୦ ଘଟିକା ସମୟରେ ସମ୍ମିଳନୀ କକ୍ଷରେ ଭଗବାନ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଥିଲା । କାର୍ଯ୍ୟକ୍ରମର ଆବାହକ ଶାନ୍ତନୁ କୁମାର ବୁଧିଆଙ୍କ ପ୍ରଥମେ ସ୍ୱାଗତ ଭାଷଣ ଦେଇଥିଲେ । ମଞ୍ଚରେ ନାଡିବୈଦ୍ୟ ଜେ ଏନ ପୁରୋହିତ ଅହମଦାବାଦ, ଡକ୍ଟର ସୁଶିଲ କୁମାର ଉପାଧ୍ୟାୟ, ଡାକ୍ତର ଜଗବନ୍ଧୁ ମିଶ୍ର, ସୁରେନ୍ଦ୍ର ହୋତା, ଡାକ୍ତର ନିଗମାନନ୍ଦ ବଳ ଓ ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ମତବ୍ୟକ୍ତ କରିଥିଲେ । ପରେ ପରେ ପାରେଶ୍ୱର ସାହୁ, ରବିନ୍ଦ୍ର କୁମାର ପ୍ରଧାନ, ବିଭୁତିଭୂଷଣ ମୁଣ୍ଡ ଓ ଜେଠୁ ଭୋଇଙ୍କ ମାର୍ଗଦର୍ଶନରେ ଲୁମ୍ବିନୀ ଉଦ୍ଭିଦ ଉଦ୍ୟାନ ପରିଦର୍ଶନ କରିଥିଲେ ଏବଂ ଛାତ୍ର ବୈଦ୍ୟ ମାନଂକୁ ଔଷଧିୟ ବୃକ୍ଷଲତାର ଚିହ୍ନଟ ଓ ଗୁଣଧର୍ମ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ।

Leave A Reply

Your email address will not be published.