pakka

ଓମ୍‌ ଶାନ୍ତି ଯୋଗ ପୀଠର ସାଧାରଣ ସଭା ଓ ନିର୍ବାଚନ ସଭା ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବାସୁଦେବ ଭବନ ପରିସରରେ (ସରକାରୀ ବାଳିକା ବିଦ୍ୟାଳୟର ସମାନା)ରେ ଓମ୍‌ ଶାନ୍ତି ଯୋଗ ପୀଠର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ଅନୁପସ୍ଥିତିରେ ବରିଷ୍ଠ ସଭ୍ୟ ମଦନ ଗୋପାଳ ଅଗ୍ରୱାଲ ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପାଞ୍ଚ ଜଣ ସଭ୍ୟ ନିରଞ୍ଜନ ହୋତା, ସୌକିଲାଲ ହୋତା, ଜୟ ନାରାୟଣ ହୋତା, ମହାବୀର ପ୍ରସାଦ ଅଗ୍ରୱାଲ ଓ ଶ୍ରୀ ଅମରେନ୍ଦ୍ର ମିଶ୍ରଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ବିଶ୍ୱନାଥ ମିଶ୍ର ତାଙ୍କ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଟ୍ରେଜେରର ସତ୍ୟ ନାରାୟଣ ନାୟକ ଆୟ ବ୍ୟୟ ଉପସ୍ଥାପନ କରିଥିଲେ । କରୋନା ପାଇଁ ରାଜେନ୍ଦ୍ର ପାର୍କ ବନ୍ଦ ହେତୁ ଯୋଗ କେନ୍ଦ୍ର ଚାଲୁ ନ ଥିବାରୁ ମ୍ୟୁନିସିପାଲିଟି ଚେୟାରମେନ୍‌ ଓ ନିର୍ବାହୀ ଅଧିକାରୀଙ୍କୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ପାର୍କ ଖୋଲିବା ପାଇଁ ଅନୁରୋଧ କରିବା ପାଇଁ ସ୍ଥିର ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ସଭ୍ୟ ଚିତ୍ତ ରଂଜନ ପଟେଲ ନିର୍ବାଚନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ସର୍ବ ସମ୍ମତିକ୍ରମେ ସଭାପତି ଭାବେ ନାରାୟଣ ପାଢୀ, ଉପ-ସଭାପତି ଭାବେ ଚନ୍ଦ୍ର ପ୍ରକାଶ ଅଗ୍ରୱାଲ, ସଂପାଦକ ଭାବେ ଚୁଡେନ୍ଦ୍ର କୁମାର ବେହେରା, ସହ-ସଂପାଦକ ଭାବେ ରୋହିତ କୁମାର ଶତପଥି, ଟ୍ରେଜରର ଭାବେ ସତ୍ୟ ନାରାୟଣ ନାଏକ, ଅଡିଟର ଭାବେ ସୁଦାମ ପ୍ରସାଦ ଅଗ୍ରୱାଲ, କାର୍ଯ୍ୟକାରୀ ସଭ୍ୟ ଭାବେ ଚିତ୍ତ ରଂଜନ ପଟେଲ, ବିନୟ କୁମାର ମିଶ୍ର, ମନୋରଂଜନ ମିଶ୍ର ଓ ଚିପ୍‌ ଏଡଭାଇଜର ଭାବେ ବିଶ୍ୱନାଥ ମିଶ୍ର, ଜଗଦିଶ କୁମାର ଅଗ୍ରୱାଲ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଜଗଦିଶ ପ୍ରସାଦ ଅଗ୍ରୱାଲ, ପ୍ରକାଶ କେଜ୍ରିୱାଲ ଓ ସୁରଥ ବେହେରା ସହଯୋଗ କରିଥିଲେ । ଶେଷରେ ତ୍ରିଲୋଚନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven − six =