csstore

ବେଆଇନ ଜଙ୍ଗଲ ଜମି ଦଖଲ କରୁଥିବା ଏପିଶୀଳନ କମ୍ପାନୀ ବିରୁଦ୍ଧରେ ଗ୍ରାମବାସୀଙ୍କ ସାମୁହିକ ବୃକ୍ଷରୋପଣ ଓ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବେଆଇନ ଜଙ୍ଗଲ ଜମି ଦଖଲ କରୁଥିବା ଏପିଶୀଳନ କମ୍ପାନୀ ବିରୁଦ୍ଧରେ ଶୁକ୍ରବାର ସକାଳେ ଶ୍ରିପୁରା ଗ୍ରାମବାସୀ ଏକଜୁଟ ହୋଇ ଏପିଶୀଳନ କମ୍ପାନୀ ବେଆଇନ ଭାବେ ବ୍ୟବହାର କରୁଥିବା ଜଙ୍ଗଲ ଜମିକୁ ସୁରକ୍ଷା କରିବା ସହିତ କେନ୍ଦ୍ର ସରକାରଙ୍କ ଯୋଜନା ଏକ୍‌ ପେଡ୍‌ ମା” କେ ନାମ୍‌ରେ ପୁଣି କିଛି ବୃକ୍ଷରୋପଣ କରିଛନ୍ତି । ଏହା ସହିତ ଆଗାମୀ ଦିନରେ ଶ୍ରିପୁରା ଗ୍ରାମବାସୀ ଏହି ଜଙ୍ଗଲ ଜମି ଏବଂ ରୋପଣ କରାଯାଇଥିବା ଏକ ହଜାର ବୃକ୍ଷର ସୁରକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ବିନା ଗ୍ରାମସଭାରେ ଗ୍ରାମବାସୀଙ୍କ ବିନା ଅନୁମତିରେ କମ୍ପାନୀ ଜଙ୍ଗଲ ଜମି ବ୍ୟବହାର କରି ପାରିବ ନାହିଁ ବୋଲି ଓଡିଶାର ବିଶିଷ୍ଟ ପରିବେଶବିତ ତଥା ଫରେଷ୍ଟମେନ ଭାବେ ପରିଚିତ ପ୍ରଫୁଲ୍ଲ ସାମନ୍ତରା ପ୍ରକାଶ କରିବା ସହିତ ଜଙ୍ଗଲ ଜମିରେ କେବଳ ଆଦିବାସୀଙ୍କ ଅଧିକାର ରହିଥିବା ବେଳେ ଜଙ୍ଗଲ ଜମିରେ ନୂତନ ଜଙ୍ଗଲ ତିଆରି କରି ଦେଶ ଓ ଜାତିର ଉପକାର ପାଇଁ ବୃକ୍ଷରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ପରିବେଶବିତ ସାମନ୍ତରା ଏବଂ ସରପଞ୍ଚ ଯଶୋବନ୍ତୀ ପାଣ୍ଡେ ଏକ ଇଞ୍ଚ ଜଙ୍ଗଲ ଜମି କମ୍ପାନୀକୁ ଛଡ଼ାଯିବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଦିଗାମ୍ବର ମାଝୀଙ୍କ ସହିତ ଗ୍ରାମର ୫ ଶହରୁ ଅଧିକ ପୁରୁଷ ମହିଳା ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.