csstore

ନାରୀ ସ୍ୱାଭିମାନ ଫାର୍ମର୍ ପ୍ରୋଡ୍ୟୁସର୍ କମ୍ପାନୀର ୫ମ ବାର୍ଷିକ ସାଧାରଣ ସଭା

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ଠାରେ ନାରୀ ସ୍ୱାଭିମାନ ଫାର୍ମର୍ ପ୍ରୋଡ୍ୟୁସର୍ କମ୍ପାନୀ ଲିମିଟେଡ୍‌ର ୫ମ ବାର୍ଷିକ ସାଧାରଣ ସଭା ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଯାଇଛି । ଏହି ସଭାରେ ନୀଳମାଧବ ସାହୁ (ବିପିଏମ୍‌, ଓଏଲ୍‌ଏମ୍‌), ବିଶ୍ୱଜିତ ସାମଲ (ବିପିସି, ମିଶନ ଶକ୍ତି ମା’ମାନେ ଓ ବଡ଼ବାଙ୍କି ପଂଚାୟତ ସରପଞ୍ଚ ଡୁଲାଧର ବାଗ ଲୌକିକ ଧରୁଆ (ଏଫ୍‌ଇଏସ୍‌), ଶଶିଭୂଷଣ ପୁରୋହିତ (ଅଧ୍ୟକ୍ଷ, ବଲାଙ୍ଗିର ଗ୍ରାମୋଦ୍ୟୋଗ ସମିତି), ଜୟନ୍ତ ବାଗ (ଏପିସି ପ୍ରୋଗ୍ରାମ୍ ମ୍ୟାନେଜର୍), ବିନାୟକ ବେହେରା, ସହିତ ରଘୁନାଥ ଭୋଇ, ସରୋଜ ଖମାରି, ସମୀର ଜାଲ, ଲିଙ୍ଗରାଜ ବେହେରା, କୁସା ବାଗ, ରାଜେଶ ଭୋଇ ଓ ନମିତା କୁମ୍ଭାର ଉପସ୍ଥିତ ଥିଲେ । କମ୍ପାନୀର ନିର୍ଦ୍ଦେଶିକା ଅଞ୍ଜଳି ମେହେର ଓ ସସ୍ମିତା ପୁଟେଲ ସଭାକୁ ସଂଚାଳନ କଲେ । ନିର୍ଦ୍ଦେଶିକା ଅଞ୍ଜଳି ମେହେର କମ୍ପାନୀର ବାର୍ଷିକ ବ୍ୟବସାୟୀକ ରିପୋର୍ଟ ପଢ଼ି ଶୁଣାଇଥିଲେ ଏବଂ ସମସ୍ତ ଶେୟାର ହୋଲ୍ଡରମାନଙ୍କୁ ଅଧିକ ବ୍ୟବସାୟ କରି କମ୍ପାନୀକୁ ଦ୍ରୁତଗତିରେ ଆଗକୁ ବଢାଇବା ପାଇଁ ପ୍ରେରଣା ଦେଇଥିଲେ । କମ୍ପାନୀର ହିସାବ ରକ୍ଷିକା ନମିତା କୁମ୍ଭାର ବାର୍ଷିକ ଆୟବ୍ୟୟ ବିବରଣୀ ପଠନ କରିଥିଲେ । ଅତିଥିମାନେ କମ୍ପାନୀର ପ୍ରୟାସକୁ ସ୍ୱାଗତ କରି, ମହିଳା କୃଷକମାନଙ୍କ ସଶକ୍ତିକରଣ ଏବଂ ସାମୂହକ ଉଦ୍ୟମିତାକୁ ବୃଦ୍ଧି କରିବାରେ ଏହାର ଗୁରୁତ୍ୱକୁ ଉଲ୍ଲେଖ କଲେ । ସଭାରେ ଗୌତମ ମାଝି ସ୍ୱଇଚ୍ଛାସେବୀ ଭାବେ ସହଯୋଗ କରିଥିଲେ । ସଭା ଶେଷରେ ସେବତୀ ସଗ୍ରିଆ ଧନ୍ୟବାଦ ଜ୍ଞାପନ ଦେଇ ସଭା ସମାପ୍ତ କରିଥିଲେ ।

jayashree
Leave A Reply

Your email address will not be published.