csstore

ଶତାୟୁ ଧୋବେଇ ଚରଣ ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ଅର୍ନ୍ତଗତ ଗୁଡଖାପଲାର ଶତାୟୁ ଧୋବେଇ ଚରଣ ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଶିଷ୍ଟ କବି ତଥା ଶିକ୍ଷାବିତ ଡ.ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ କର୍ତ୍ତା ଖୁସିରାମ ଦାଶ ଦୀପ ପ୍ରଜ୍ୱଳନ କଲାପରେ ପରିବାରର ସମସ୍ତ ସଦସ୍ୟ ସଦସ୍ୟା, ଉପସ୍ଥିତ କବି, କବୟିତ୍ରୀ, କଳାକାର, ବନ୍ଧୁ ପରିଜନ ତଥା ଗ୍ରାମବାସୀମାନେ ଧୋବେଇ ଚରଣ ଦାଶଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପଣ୍ତିତ ପ୍ରଦୀପ କୁମାର ତ୍ରିପାଠୀ ଗୀତାପାଠ କରିଥିବାବେଳେ ପରିବାରର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଆଶୁ କବି ଡ. ହେମନ୍ତ କୁମାର ଦାଶ, ବରିଷ୍ଠ କବି ବରୁଣ ସାହୁ, ସନ୍ତୋଷ କୁମାର ବେହେରା, ଭକ୍ତ ବନ୍ଧୁ ସାହୁ, ଚୁଟୁ ନାଗ, ଅବନୀ ସାହୁ, ଦେବେନ୍ଦ୍ର ଭୋଇ, ଲିପୁନ ସାହୁ, କନକଲତା ପଣ୍ଡା , ଶୁଭେନ୍ଦୁ ପ୍ରସାଦ ଷାଣ୍ଢ ପ୍ରମୁଖ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ପ୍ରଧାନ ଓ ବବିତା ନାୟକ ଭଜନ ପରିବେଷଣ କରିଥିଲେ । ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ପ୍ରମୁଖ ବ୍ୟକ୍ତି ମଧ୍ୟରେ ଯୁଗଳ କିଶୋର ଦାଶ, ସାଧୁରାମ ଦାଶ, ରାଜେନ୍ଦ୍ର ଦାଶ, ସୁଶାନ୍ତ ଦାଶ, ଦୁର୍ଲ୍ଲଭ ଦାଶ, ପାଲେଶ୍ଵର ବାଗ, ଯୁଧିଷ୍ଠିର ତ୍ରିପାଠୀ, ଉଦ୍ଧବ ପାଣି, ଭକ୍ତ ରଞ୍ଜନ ଭୋଇ, ରାଧା ରମଣ କେଡିଆ, ଜବର ସିଂ ବନଛୋର, ସୁରେଶ ଚନ୍ଦ୍ର ପ୍ରଧାନ, ଜନାର୍ଦ୍ଦନ ମିଶ୍ର, କହ୍ନେଇ ଚରଣ ସାହୁ, ହରିହର ମିଶ୍ର, ରୀନାରାଣୀ ଦାଶ, ବିନ୍ଦୁ ମାହାଣା ସାମିଲ ଥିଲେ ।

jayashree
Leave A Reply

Your email address will not be published.