ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁମଯୋର ନିକଟ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ଵାରା ଜୟପାଟଣା ପୋଲିସର ଉପସ୍ଥିତିରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ସୋମବାର ସକାଳୁ କୁମଯୋର ଗ୍ରାମର କିଛି ଲୋକ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ମଧ୍ୟରେ ଏକ ଶବ ଭାସୁଥିବାର ଦେଖି ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ପୋଲିସକୁ ସୂଚିତ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଶବ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଅଦ୍ୟାବଧି ଶବ ଚିହ୍ନଟ ହୋଇ ନଥିବା ବେଳେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

twenty − fifteen =

error: Content is protected !!