pakka

ଦିଲ୍ଲୀପ ରାୟ ରାଉରକେଲାର ଅନ୍ୟତମ ସୂର୍ଯ୍ୟ : ବିରଞ୍ଚି ନାରାୟଣ ପଟ୍ଟନାୟକ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ରାଉରକେଲାର ଅନ୍ୟତମ ସୂର୍ୟ୍ୟ ବୋଲି ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଶ୍ରୀ ରାୟଙ୍କ ୬୯ତମ ଜୟନ୍ତୀ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ କହିଛନ୍ତି । ହନୁମାନ ବାଟିକାଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟିର ଅଧ୍ୟକ୍ଷ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକଙ୍କ ବ୍ୟତୀତ ସମାଜସେବୀ ହରିହର ରାଉତରାୟ, ଆଇନଜୀବୀ ରମେଶ ବଳ, ଅରସାଦ ଖାନ, ଶ୍ରଦ୍ଧା ଷଡଙ୍ଗୀ ଓ ସବିତା ଖାତୁନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେଇ ଶ୍ରୀ ରାୟଙ୍କ ଜୀବନୀ ଓ କର୍ମମୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦିଲ୍ଲୀପ ରାୟ ରାଉରକେଲାର ଅନ୍ୟତମ ସୂର୍ୟ୍ୟ । ସେ ଜଣେ ମିଷ୍ଟଭାଷୀ, ବନ୍ଧୁବତ୍ସଳ ବ୍ୟକ୍ତିତ୍ବ । ତାଙ୍କ ଦ୍ବାରା ପ୍ରତିଷ୍ଠିତ ହନୁମାନ ବାଟିକା ଖାଲି ରାଜ୍ୟ କାହିଁକି ସମଗ୍ର ଦେଶରେ ଜନବିଦିତ । ଯାହା ରାଉରକେଲାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ସେ ରାଜନୀତିରେ ଥାଆନ୍ତୁ ବା ନଥାଆନ୍ତୁ ସହର ତଥା ଜିଲ୍ଲାର ଉନ୍ନତି ପାଇଁ ସଦା ଚେଷ୍ଟିତ । ପ୍ରକୃତରେ ସେ ଜଣେ ଜନମାନସର ନେତା ଓ ବିକାଶମୁଖୀ ଚିନ୍ତନର ନିଷ୍ଠାପର ମଣିଷ । ଏହି ଅବସରରେ ଶ୍ରୀ ରାୟଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କଟାଯାଇ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବା ସହ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଥିଲା ।

Leave A Reply

Your email address will not be published.

5 − 2 =