pakka

ରୋଟାରୀ କ୍ଲବ ଡିଜିଙ୍କ ରାଉରକେଲା ଗସ୍ତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଡିଷ୍ଟିକ ୩୨୬୧ର ଡିଜି ସୁନିଲ ପାଠକଙ୍କ ରାଉରକେଲା ଗସ୍ତ ଅବସରରେ ଆଗାମୀ ୨୦୨୧-୨୨ର କାର୍ଯ୍ୟକ୍ରମ ସଂପର୍କରେ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ରାଉରକେଲା ସେଣ୍ଟ୍ରାଲର ସଭାପତି ରୋଟାରୀଆନ ଆର.କିରଣ, ଆଗାମୀ ସଭାପତି ରୋଟାରୀଆନ ବ୍ରଜେଶ ଗୁପ୍ତା, ସହସଂପାଦକ ରୋଟାରୀଆନ ରାଜେଶ ଅଗ୍ରୱାଲ, ପିପି ରୋଟାରୀଆନ ବିଶ୍ବଜିତ ପତି ପ୍ରମୁଖ ଏହି ଆଲୋଚନାରେ ଉପସ୍ଥିତ ଥିଲେ । ଏହାପରେ ସେ ଲୁଙ୍ଗେଇ ଗ୍ରାମ ପରିଦର୍ଶନରେ ଯାଇ ସେଠାରେ ଚାଲିଥିବା ଛତୁଚାଷ ଓ ଶାଳପତ୍ର ତିଆରି ଦନା କାର୍ଯ୍ୟକ୍ରମକୁ ନିରୀକ୍ଷଣ ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି ସେ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସହ ଗ୍ରାମ୍ୟ କମିଟିକୁ ୨୫ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ସର୍ବଶ୍ରୀ ରାଜେଶ ଗର୍ଗ, ଅନୁପମା ରୁଙ୍ଗଟା, ନରେନ୍ଦ୍ର କେଡିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ଶ୍ରୀ ପାଠକ ଏକ ସ୍ବାସ୍ଥ୍ୟ ସେବା ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଦିବଙ୍ଗତ ରୋଟାରୀଆନ ସଂଜୟ ରୁଙ୍ଗଟାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା । ଏହାପରେ ସେ ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ରୋଟାରୀ କ୍ଲବ ଦ୍ବାରା ପାନୀୟ ପାଣି ଯୋଗାଣ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ । ୨୦୨୧-୨୨ ପାଇଁ ଥିବା ଥିମ୍ ‘ସର୍ଭ ଟୁ ଚେଞ୍ଜ ଲାଇଫ୍’ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସେ ରାଉରକେଲା କ୍ଲବ ଠାରେ ସମସ୍ତ ରୋଟାରୀ କ୍ଲବର ସଦସ୍ୟମାନଙ୍କ ସହ ଆଲୋଚନା ଓ ଭାବ ବିନିମୟ କରି ସମାଜ ସେବା ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ମୁଖ୍ୟତଃ ପୋଲିଓ ମୁକ୍ତ ସମାଜ ଓ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା । ଏହି ଅବସରରେ ଇଣ୍ଟ୍ରାକ୍ଟ କ୍ଲବର ଭାରପ୍ରାପ୍ତ ଅଧିକାରୀ ସୁସ୍ମିତା ମହାପାତ୍ର, ସେକ୍ଟର ୬ ମୋ ସ୍କୁଲର ସଭ୍ୟଗଣ ଓ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

19 + nineteen =