ଚାଷୀ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତ ରବିବାର ଉତ୍ତର ପ୍ରଦେଶର ଲଖିମପୁର ଖିରୀରେ ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଗଲା । ଚାଷୀମାନଙ୍କ ଉପରେ ଗାଡି ଚଲେଇ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ହତ୍ୟା କଲେ, ଏହି ଘଟଣାର ତୀବ୍ର ନିନ୍ଦା କରିଛି ଆମ୍ ଆଦମୀ ପାର୍ଟି ବରଗଡ଼ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି ଭାରତର ରାଷ୍ଟ୍ରପତିଙ୍କୁ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗତ ଦଶମାସ ହେଲା ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି । ତିନି କଳା କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଚାଷୀମାନେ କେନ୍ଦ୍ର ସରକାରକୁ ଗୁହାରୀ କରି ଆସୁଥିଲେ ସୁଦ୍ଧା ମୋଦୀ ସରକାର କର୍ଣ୍ଣପାତ କରୁନଥିବା କହିଛନ୍ତି ଆପ୍ ଜିଲ୍ଳା ଆବାହକ ଭବାନୀ ସାହୁ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପ୍ରତ୍ୟେକ ମୃତକ ଚାଷୀ ପରିବାରକୁ ଏକ କୋଟି ଟଙ୍କା କ୍ଷତି ପୂରଣ ସହ କଳା ଆଇନ ପ୍ରତ୍ୟାହାର ପାଇଁ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଦାବୀ କରିଛନ୍ତି । ଆପ୍ ମହିଳା ସଂଗଠନର ମରିୟମ ବାର୍ଳା, ଅସିତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × four =