csstore

ସ୍ୱେଚ୍ଛାସେବୀ ସଂସ୍ଥା ନିଧି ତରଫରୁ ଅତି ଗରିବ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଜାତୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଏବଂ ଅଜୀମ ପ୍ରେମଜୀ ଫାଉଣ୍ଡେସନର ମିଳିତ ପ୍ରୟାସରେ ଗତ ତିନିଦିନ ଧରି ମୁରିବାହଲ ବ୍ଳକର ବିଟାବନ୍ଧ, ମାଲିଶିରା, ବାଙ୍କେଲ୍, ଲେବେଡା ଏବଂ ଟୁପାଉଡ଼ା ପଞ୍ଚାୟତର ୪୦୦ ଅତିଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ, ମାସ୍କ, ସାବୁନ୍ ଇତ୍ୟାଦି ବଣ୍ଟନ କରାଯାଇଛି । ନିଧି ସଂସ୍ଥା ଗତ କିଛବର୍ଷ ଧରି ମୁରିବହାଲ୍ ବ୍ଲକରେ ସମାଜର ଅତିଗରିବ ପରିବାରଙ୍କ କଲ୍ୟାଣ ତଥା ଦୀର୍ଘଗାମୀ ଜୀବିକା ବିକାଶ ନିମନ୍ତେ ୬ଟି ପଞ୍ଚାୟତରେ କାମକରି ଆସୁଛି । କୋରାନା ମହାମାରୀ ଏବଂ ତାଲା ବନ୍ଦୀ ସମୟରେ ବିଧବା ମହିଳା, ଭିନ୍ନକ୍ଷମ, ଦିନମଜୁରୀୟା, ଗମ୍ଭୀର ରୋଗଗ୍ରସ୍ତ ବ୍ୟକ୍ତି, ଜମିହୀନ ପରିବାରମାନେ ଜୀବିକା ଅଭାବରୁ ବହୁତ କଷ୍ଟରେ ଜୀବନ ଯାପନ କରୁଛନ୍ତି । ମହାମାରୀରେ ଏହି ପରିବାରଙ୍କୁ ସହଯୋଗ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଧି ଦ୍ୱାରା ଜରୁରୀ ଖାଦ୍ୟ ସାମଗ୍ରୀର ବିତରଣ କରାଯାଇଛି । ଏହି ରିଲିଫ୍ କାର୍ଯ୍ୟକ୍ରମକୁ ଓଡ଼ିଶା ଜୀବିକା ମିଶନର କର୍ମୀ, ପଞ୍ଚାୟତ ସରପଞ୍ଚ, ଅଙ୍ଗୱାଡ଼ି କର୍ମୀ ଏବଂ ନିଧିର କର୍ମକର୍ତ୍ତାମାନେ ମିଳିତ ଭାବେ ସଞ୍ଚାଳନ କରୁଛନ୍ତି । ଏହି ରିଲିଫ୍ ବଣ୍ଟନ ଆଗାମୀ କିଛି ସପ୍ତାହ ପର୍ଯ୍ୟନ୍ତ ଚାଲିବ ଯତ୍ ଦ୍ୱାରା ମୋଟ ୧୧୦୦ ପରିବାର ଉପକୃତ ହେବେ ବୋଲି କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି । ଆଜି ମାଲିଶିରା ଓ ଟୁପାଉଡ଼ା ପଞ୍ଚାୟତର ୧୫୦ ପରିବାରକୁ ଟୁପାଉଡ଼ା ସରପଞ୍ଚ ନିରୁପମା ଗହିର, ମାଲିଶିରା ସରପଞ୍ଚ ଡୋଳାମଣି ବାଗ ଓ ଓଡ଼ିଶା ଜୀବିକା ମିଶନର ଏମ୍‌ବିକେ ଦୀପାଞ୍ଜଳି ନାଗ ରିଲିଫ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଧିର କାର୍ଯ୍ୟକର୍ତ୍ତା ଯମୁନା ସାହୁ, ତଥାଗତ ବଗର୍ତ୍ତି, ସୁମନ୍ତି ସାହୁ, ତାରାପଦ ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.