csstore

ସେଲ୍, ରାଉରକେଲା ଇସ୍ପାତ କାରଖାନାର ହଟ୍ ଷ୍ଟ୍ରିପ୍ ମିଲ୍-୨ ଦ୍ୱାରା ଜୁନ୍ ୨୦୨୬ରେ ସର୍ବଶ୍ରେଷ୍ଠ ମାସିକ କଏଲ୍ ରୋଲିଂ ରେକର୍ଡ

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍, ରାଉରକେଲା ଇସ୍ପାତ କାରଖାନାର ହଟ୍ ଷ୍ଟ୍ରିପ୍ ମିଲ୍-୨, ବିଗତ ଜୁନ୍ ମାସକୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସହ ସମାପ୍ତ କରିଛି, ଯାହା ଏହାର କାର୍ଯ୍ୟ ଦକ୍ଷତାର ରେକର୍ଡକୁ ଅଧିକ ମଜବୁତ କରିଛି । ଆଲୋଚ୍ୟ ମାସରେ, ହଟ୍ ଷ୍ଟ୍ରିପ୍ ମିଲ୍-୨, ସମୁଦାୟ ୧୦, ୭୫୯ଟି ଏଚ୍.ଆର୍. କଏଲ୍ ରୋଲିଂ କରିଛି, ଯାହା ଗତ ବର୍ଷ ଅକ୍ଟୋବରରେ ହାସଲ ହୋଇଥିବା ଏହାର ପୂର୍ବ ସର୍ବଶ୍ରେଷ୍ଠ ରେକର୍ଡ ୧୦, ୭୧୩ଟି ଏଚ୍. ଆର୍. କଏଲ୍‌କୁ ଅତିକ୍ରମ କରିଯାଇଛି । ରୋଲିଂ ହୋଇଥିବା କଏଲ୍ ସଂଖ୍ୟା ଦୃଷ୍ଟିରୁ ଏହା ମିଲ୍‌ର ଏପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ମାସିକ ପ୍ରଦର୍ଶନ । ଅନ୍ୟ ଏକ ଉଲ୍ଲେଖନୀୟ ସଫଳତା କ୍ରମରେ, ସିଟ୍ ସିଅରିଂ ଲାଇନ୍ ମଧ୍ୟ ଏଚ୍. ଆର୍. ପ୍ଲେଟ୍ ଉତ୍ପାଦନରେ ଏହାର ସର୍ବଶ୍ରେଷ୍ଠ ଜୁନ୍ ପ୍ରଦର୍ଶନ ରେକର୍ଡ କରିଛି । ଏହି ସଫଳତା ପାଇଁ ହଟ୍ ଷ୍ଟ୍ରିପ୍ ମିଲ୍-୨ର ସମଗ୍ର ଟିମ୍ ଓ ନେତୃତ୍ୱ ସମେତ ଅନ୍ୟ ସମସ୍ତ ସହଯୋଗୀ ବିଭାଗକୁ ଅଭିନନ୍ଦନ ଜଣାଇ ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା କହିଛନ୍ତି ଯେ, ଏହି ମିଲ୍‌ର କାର୍ଯ୍ୟଦକ୍ଷତା ସିଧାସଳଖ ଭାବେ କାରଖାନାର ସମୃଦ୍ଧି ସ‌ହ ଜଡ଼ିତ । ଚଳିତ ବର୍ଷ ୩୦ ଲକ୍ଷ ଟନ୍ ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତେ ସର୍ବଶ୍ରେଷ୍ଠ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ପ୍ରଡକ୍ସନ୍ ପ୍ଲାନିଂ ଆଣ୍ଡ କଣ୍ଟ୍ରୋଲ୍, ରୋଲ୍ ସପ୍, କମ୍ପ୍ୟୁଟର ଆଣ୍ଡ ଇନଫର୍ମେସନ ଟେକ୍ନୋଲୋଜି, ଇନଷ୍ଟ୍ରିମେଣ୍ଟେସନ, ସେଣ୍ଟ୍ରାଲାଇଜ୍ମ ମେକାନିକାଲ୍ (ମେଣ୍ଟେନାନ୍ସ), ସେଣ୍ଟ୍ରାଲାଇଜ୍ମ ଇଲେକ୍ଟ୍ରିକାଲ୍ (ମେଣ୍ଟେନାନ୍ସ), ଡିଜାଇନ, ଟ୍ରାଫିକ, ଏନର୍ଜି ମ୍ୟାନେଜମେଣ୍ଟ, ମ୍ୟାଟେରିଆଲ୍ସ ମ୍ୟାନେଜମେଣ୍ଟ ୱାଟର ମ୍ୟାନେଜମେଣ୍ଟ, ରିସର୍ଚ୍ଚ ଆଣ୍ଡ୍ର କଣ୍ଟ୍ରୋଲ୍ ଲ୍ୟାବ୍‌, କଣ୍ଟ୍ରାକ୍ଟ ସେଲ୍, ଷ୍ଟିଲ୍ ମେଲିଂ ସପ୍ ଏବଂ ରିଫ୍ରାକ୍ଟରୀ ଇଞ୍ଜିନିୟରିଂ ବିଭାଗର ସକ୍ରିୟ ସହଯୋଗ ସହିତ ସମଗ୍ର ହଟ୍ ଷ୍ଟ୍ରିପ୍ ମିଲ୍ ଗୋଷ୍ଠୀର ଅକୁଣ୍ଠ ପ୍ରୟାସ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି । ଏହି ସଫଳତା ହେଉଛି ସମସ୍ତ ସମ୍ପୃକ୍ତ ବିଭାଗଗୁଡ଼ିକର ନିଷ୍ଠା, ସମନ୍ୱୟ ଏବଂ ପୂର୍ଣ୍ଣ ସାମଞ୍ଜସ୍ୟ ରକ୍ଷା କରି ଏକାଠି କାର୍ଯ୍ୟ କରିବାର ପ୍ରତିବଦ୍ଧତାର ପ୍ରତିଫଳନ ।

jayashree
Leave A Reply

Your email address will not be published.