csstore

ରାଉରକେଲା ମହାବିଦ୍ୟାଳୟରେ ତିନି ଦିନିଆ ଜିଲ୍ଲାସ୍ତରୀୟ ରେଡକ୍ରସ୍ ଶିବିର ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ତଥା ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜିଲ୍ଲାସ୍ତରୀୟ ରେଡକ୍ରସ୍‌ ତାଲିମ ଶିବିର ୨୦୨୨-୨୩ ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସମସ୍ତ ମହାବିଦ୍ୟାଳୟର ରେଡକ୍ରସ କାଉନସିଲର ଓ ସ୍ୱେଚ୍ଛାସେବୀମାନେ ଯୋଗଦାନ କରିଥିଲେ । ଉକ୍ତ ଶିବିରରେ ରେଡକ୍ରସର ଇତିହାସ ଏବଂ ଉନ୍ନତି, ପ୍ରାଥମିକ ଚିକିତ୍ସା, ଏଚ.ଆଇ.ଭି/ଏଡ଼ସ, ରକ୍ତଦାନ ପାଇଁ ପ୍ରେରିତ କରିବା, ତମାଖୁ ମୁକ୍ତ କଲେଜ ପରିସର, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା (ଅଗ୍ନିଶମ ବିଭାଗ), ସଡକ ସୁରକ୍ଷା ଏବଂ ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କର ଭୂମିକା, ଯୋଗ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଶିବିରାର୍ଥୀମାନଙ୍କୁ ଶିକ୍ଷା, ତାଲିମ ଦିଆଯିବା ସହ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ପ୍ରଶାସନିକ ମଣ୍ଡଳୀର ସଭାପତି ଡ.ପ୍ରଦୀପ କୁମାର ନନ୍ଦ ଯୋଗଦେଇ ଶିବିରାର୍ଥୀମାନଙ୍କୁ ସାମାଜିକ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ପ୍ରଧ୍ୟାପକ ସୁମନ୍ତ କୁମାର ଦ୍ଵିବେଦୀ, ରେଡକ୍ରସ୍‌ ପରାମର୍ଶଦାତା ପ୍ରଧ୍ୟାପକ ମନୋଜ କୁମାର ଦଳେଇ ଓ ରଶ୍ମି ରଞ୍ଜନ ରାଉତ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଅଧ୍ୟାପିକା ବୈଜୟନ୍ତୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.