pakka

ଅଗ୍ନି ବିପନ୍ନଙ୍କୁ ରେଡକ୍ରସ ପକ୍ଷରୁ ସହାୟତା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାଶିବ ରାତ୍ରି ସଂନ୍ଧ୍ୟା ସମୟରେ କୌଣସି ଏକ କାରଣରୁ ଡେଲାଂଗ ବ୍ଲକ ଅନ୍ତର୍ଗତ ହୁମର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ଘର ସଂପୂର୍ଣ୍ଣ ରୂପେ ଭସ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ ସମସ୍ତ ଆସବାବ, ଜରୁରୀ କାଗଜପତ୍ର, ଚାଉଳ ଓ ଧାନ ପୋଡି ଭସ୍ମୀଭୂତ ହୋଇଯାଇଛି ଯାହାଦ୍ୱାରା ସେମାନେ ଅସହାୟ ହୋଇପଡିଛନ୍ତି । ଉକ୍ତ ଦୁର୍ଘଟଣା ବିଷୟରେ ସ୍ଥାନୀୟ ତହସିଲଦାର ନିବେଦିତା ପରିଡା ଓ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ଅନୁରୋଧ କ୍ରମେ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ସିଟିଏମ୍ ସୁଗୁଣା ଅଗ୍ନିକାଣ୍ଡରେ ପଡିତ ୭ ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଗାଦିବ୍ରହ୍ମ ମହାବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡାଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ପଡିତ ପରିବାରକୁ ରେଡକ୍ରସ୍ ତରଫରୁ ବାଲଟି, ତାରପୋଲିନ ପାଲ, ରୋଷେଇ ସରଂଜାମ ଆଦି ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗାଦିବ୍ରହ୍ମ ମହାବିଦ୍ୟାଳୟର ରେଡକ୍ରସ ସ୍ୱେଛାସେବୀ ରାଧାମୋହନ ଦାଶ, ବୈକୁଣ୍ଠ ପ୍ରଧାନ, ସ୍ଥାନୀୟ ଜନ ପ୍ରତିନିଧି ଓ ଗାଦିବ୍ରହ୍ମ ଯୁବ ସଂଗଠନର ସଦସ୍ୟ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରେଡକ୍ରସ୍ ଓଡିଶାର ଏହି ମାନବବାଦୀ କର୍ଯ୍ୟଧାରାକୁ ସାଧାରଣରେ ପ୍ରଂଶସା କରିବା ସହିତ ପିଡିତ ପରିବାରମାନେ ରେଡକ୍ରସ ସଂସ୍ଥାକୁ କୃତଜ୍ଞତା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

eighteen − three =