pakka

ଜିଲ୍ଲାରେ ପୌର ନିର୍ବାଚନ ୨୦୨୨ : ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

bbehera
  • ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ପୂର୍ବକ ନିର୍ବାଚନ ପରିଚାଳନା ଉପରେ ପର୍ଯ୍ୟବେକ୍ଷକଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ପୌର ସଂସ୍ଥାର ସାଧାରଣ ନିର୍ବାଚନ-୨୦୨୨ ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ତା ୨୪/୦୩/୨୨ରେ ଅନୁଷ୍ଠିତ ହେବ । ନିର୍ବାଚନକୁ ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ପୂର୍ବକ ପରିଚାଳନା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଏଥିନିମନ୍ତେ ଆଜି
ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଭା ଗୃହରେ ନିର୍ବାଚନ ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ନିମନ୍ତେ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ କୁମାର ମଲ୍ଲିକ, ନିର୍ଦେଶକ, ହରିଜନ ଓ ଆଦିବାସୀ ଉନ୍ନୟନ ବିଭାଗ, ଓଡିଶା, ସମସ୍ତ ଦଳର ସହଯୋଗରେ ଶାନ୍ତି ଶୃଙ୍ଖଳା, ଅବାଧ ଓ ନିରପେକ୍ଷ ପୂର୍ବକ ପୌର ନିର୍ବାଚନକୁ ପରିଚାଳନା ପାଇଁ ସମସ୍ତ ଦଳଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ସମସ୍ତ ରାଜନୈତିକ ଦଳ, ନିୟୋଜିତ କର୍ମଚାରୀ ଓ ନାଗରିକ ନିର୍ବାଚନ ଆଦର୍ଶ ଆଚାର ସଂହିତାର ଅନୁପାଳନ ପୂର୍ବକ ନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଏହି ନିର୍ବାଚନ ପାଇଁ ନୋଡାଲ ଅଧିକାରୀ ଶ୍ରୀମତୀ ନିଶି ପୁନମ୍ ମିଞ୍ଜ୍ ବୈଠକର ଉଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲାର ସୁବର୍ଣ୍ଣପୁର ପୌର ପରିଷଦର ୧୫ଟି ୱାର୍ଡ ପାଇଁ ୨୧ଟି ବୁଥ୍‌ ୧୧୫ ଜଣ ପୋଲିଂ ଅଧିକାରୀ, ବିନିକାର ୧୨ଟି ୱାର୍ଡ ପାଇଁ ୧୫ଟି ବୁଥ ୮୫ ଜଣ ପୋଲିଂ ଅଧିକାରୀ ଏବଂ ତରଭାର ୧୨ଟି ୱାର୍ଡ ପାଇଁ ୧୨ଟି ବୁଥ ଓ ୭୦ ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାହେବ । ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀ /ପ୍ରାର୍ଥୀନୀଙ୍କ ଦାୟିତ୍ୱ, କର୍ତବ୍ୟ ତଥା ଆଚାର ସଂହିତା ପାଳନ ଉପରେ ସେ ପୁଙ୍ଖାନୁପୁଙ୍ଖ ଉପସ୍ଥାପନା କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ପିଡିଡିଆର୍‌ଡିଏ ଡୋଳାମଣି ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୂଲ୍ୟ କୁମାର ନନ୍ଦ, ଜିଲ୍ଲା କଲ୍ୟାଣ ଅଧିକାରୀ ପାଲାକା ରବିନ୍ଦ୍ର, ରାଜସ୍ଵ ଅଧିକାରୀ ତଥା ପୌର ନିର୍ବାଚନ ପାଇଁ ସ୍ଵତନ୍ତ୍ର ଅଧିକାରୀ ସୂର୍ଯ୍ୟମଣି ଭୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଏବଂ ବିଭିନ୍ନ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବେ ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡା, ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି କଇଁରୁ ସ୍ୱାଇଁ ଏବଂ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ଏସ୍‌ୟୁସିଆଇର ଜିଲ୍ଲା ସଭାପତି ଗୋବିନ୍ଦ ମହାରଣା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ମଲ୍ଲିକ ସୁବର୍ଣ୍ଣପୁରକୁ ଏକ ଶାନ୍ତି ପ୍ରିୟ ଜିଲ୍ଲା ହିସାବରେ ଅଭିହିତ କରି ବୈଠକରେ ଉପସ୍ଥିତ ରାଜନୈତିକ ଦଳ ପ୍ରତିନିଧିଙ୍କୁ ଚଳିତ ପୌର ନିର୍ବାଚନକୁ ବ୍ୟବସ୍ଥିତ ଭାବେ ପରିଚାଳନାରେ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି ।

jay balangir
Leave A Reply

Your email address will not be published.

six + 16 =