pakka

ଦେବରାଜ ନାଗ ବଲାଙ୍ଗିର ପୌର ପରିଷଦ ୨ ନମ୍ବର ୱାର୍ଡର କାଉନ୍‌ସିଲର୍‌ ପ୍ରାର୍ଥୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ନିର୍ବାଚନ ପାଇଁ ବଲାଙ୍ଗିର ସହରରେ ତାତି ଆରମ୍ଭ ହୋଇଯାଇଥିବା ବେଳେ ନିର୍ବାଚନ ରଣାଂଗନରେ ପଦାର୍ପଣ କରିଥିବା ପ୍ରାର୍ଥୀମାନେ ଏବେ ଭୋଟର୍‌ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଶାନ୍ତିପଡ଼ାର ଦେବରାଜ ନାଗ ବଲାଙ୍ଗିର ପୌର ପରିଷଦ ୨ ନମ୍ବର ୱାର୍ଡର କାଉନ୍‌ସିଲର୍‌ ପ୍ରାର୍ଥୀ ହୋଇଛନ୍ତି । ଦୀର୍ଘବର୍ଷ ହେଲା ବଲାଙ୍ଗିରର ବିଭିନ୍ନ ସଙ୍ଗଠନ ସହ ଜଡିତ ରହି ନିସ୍ୱାର୍ଥପର ସେବା ଭାବନାରେ ଜନସେବା କାର୍ଯ୍ୟ କରି ଆସୁଛନ୍ତି ସେ । ସମାଜ ସେବାର ଦିଗ ଅଧିକ ପ୍ରଶସ୍ତ କରିବା ଏବଂ ଅଞ୍ଚଳବାସୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଥାପିଛନ୍ତି ଦେବରାଜ । ବିଜେପିରୁ ୨ ନମ୍ବର ୱାର୍ଡର କାଉନସିଲର ପଦ ପାଇଁ ସେ ନାମାଙ୍କନ ପତ୍ର ଦାଖଲ୍‌ କରିଛନ୍ତି ।

jay balangir
Leave A Reply

Your email address will not be published.

19 + 4 =